ଜେପି ନଡ୍ଡା ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି

ଜାନୁଆରୀରେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନଡ୍ଡାଙ୍କ ଉପରେ ଅଛି ଏହି ଦାୟିତ୍ୱ

IBTimes India

ନୂଆଦିଲ୍ଲୀ ଜେ.ପି. ନଡ୍ଡା ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଆସନ୍ତା ୩ ବର୍ଷ ପାଇଁ ‌ସେ ଏହି ଦାୟିତ୍ବ ତୁଲାଇବେ।

ଆଜି ଅନୁଷ୍ଠିତ ନିର୍ବ‌ାଚନରେ ନଡ୍ଡ‌ା ଏକମାତ୍ର ପ୍ରାର୍ଥୀ ଥିଲେ। ତାଙ୍କ ବିରୋଧ‌େର କୌଣସି ପ୍ରାର୍ଥୀ ନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ବୋଲି ଘୋଷଣା କରାଯାଇଥିଲା।

ନବନିର୍ବାଚିତ ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ। ଏଥିରେ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ। ନଡ୍ଡାଙ୍କ ନେତୃତ୍ବରେ ଦଳ ଶିଖରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଦେଶର ସ୍ବାର୍ଥ ଅନୁସାରେ ବିଜେପି ବର୍ତ୍ତମାନ ଆଗକୁ ବଢୁଛି। ବିଜେପିକୁ ଦେଶ ଚାହୁଁଛି ବୋଲି ମୋଦୀ କହିଛନ୍ତି। ଦେଶର ବିକା‌ଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ଏଣୁ ଆମେ ଆମର ମୂଲ୍ୟବୋଧ ଓ ପରମ୍ପରାକୁ ସମ୍ମାନ ଦେଇ ଆଗକୁ ବଢ଼ିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିଭଳି ସଭାପତି ଭାବେ ନିର୍ବାଚିତ ହେବା ପରେ ନଡ୍ଡା ଦଳର ସମସ୍ତ କର୍ମୀ ଓ ବରିଷ୍ଠ ନେତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜି ଯେଉଁ ନେତାମାନେ ଦଳର ତଥା ଦେଶର ନେତୃତ୍ବ ନେଉଛନ୍ତି, ସେମାନଙ୍କ ମଧ୍ୟରୁ କାହାର ରାଜନୈତିକ ପୃଷ୍ଠଭୂମି ନଥିଲା। ମାତ୍ର ସେମାନେ ସଫଳତାର ସହ ନେତୃତ୍ବ ନେଇପାରୁଛନ୍ତି ବୋଲି ନଡ୍ଡା କହିଛନ୍ତି। ଯେଉଁମାନେ ତାଙ୍କୁ ସମର୍ଥନ ଦେଇ ଏଭଳି ଏକ ସ୍ଥାନକୁ ଆଣିଛନ୍ତି, କାହାରିକୁ ନିରାଶ ହେବାକୁ ଦେବେନି ବୋଲି ନଡ୍ଡା କହିଛନ୍ତି।

ନଡ୍ଡା ସଭାପତି ନିର୍ବାଚିତ ହେବା ପରେ ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଜିର ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ଶାହ କହିଛନ୍ତି ଅନ୍ୟ ରାଜନୈତିକ ଦଳମାନେ ପ୍ରିୟାପ୍ରୀତି ତୋଷଣ, ପରିବାରବାଦ ଓ ଜାତିବାଦକୁ ନେଇ ଚାଲିଥିବାବେଳେ ବିଜେପି ପ୍ରେମ ଓ ସହନଶୀଳତାକୁ ‌ନେଇ ଚାଲିଛି। ବିଜେପିରେ ଜଣେ ସାଧାରଣ କର୍ମୀ ମଧ୍ୟ ଦଳର ଶୀର୍ଷ ନେତୃତ୍ବ ନେବାର କ୍ଷମତା ରଖିଥାଏ ବୋଲି ଶାହ କହିଛନ୍ତି।

ସୂଚନାଯୋଗ୍ୟ ଯେ ନଡ୍ଡା ମୋଦୀଙ୍କ ପ୍ରଥମ ପାଳି ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବା ସହ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦଳର ସଂଗଠନ ବୃଦ୍ଧିରେ ସହାୟକ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe