ବସ୍ତିରୁ ପ୍ରାର୍ଥୀ ବାଛିବ କଳିଙ୍ଗ ସେନା

Advertisment

ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବସ୍ତିରୁ ପ୍ରାର୍ଥୀ ବାଛିବ କଳିଙ୍ଗ ସେନା

ଭୁବନେଶ୍ବର : ଆସନ୍ତା ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସହରାଞ୍ଚଳରେ ଥିବା ବସ୍ତିରୁ କଳିଙ୍ଗ ସେନା ପ୍ରାର୍ଥୀ ଚୟନ କରାଯିବ। ବସ୍ତିର ୨୫ରୁ ୪୦ ବର୍ଷ ବୟସର ଯୋଗ୍ୟ ଯୁବକ ଯୁବତୀଙ୍କୁ ନିର୍ବାଚନ ଲଢ଼ିବା ପାଇଁ ‌ସୁଯୋଗ ଦିଆଯିବ। ଏଥିପାଇଁ ସମସ୍ତ ୧୪୭ ବିଧାନସଭା ଓ ୨୧ଟି ଲୋକସଭାରେ ଯୁବ ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଦଳ ପକ୍ଷରୁ ୩୨ଜଣ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ‌େହାଇସାରିଛି। ଆଜି କଳିଙ୍ଗ ସେନା ପକ୍ଷରୁ ଉତ୍କଳ ସାମ୍ବାଦିକ ଭବନରେ ସାଧାରଣ ପରି‌ଷଦର ଗୁରୁତ୍ବପୂର୍ଣ୍ଣ ବୈଠକରେ ସେନା ସୁପ୍ରିମୋ ହେମନ୍ତ ରଥ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସେନା ପକ୍ଷରୁ କୁହାଯାଇଛି ଯେ, ସବୁ ରାଜନୈତିକ ଦଳ ସାମନ୍ତବାଦୀ ଓ ଧନୀ ପ୍ରାର୍ଥୀଙ୍କୁ ଜିତାଇ ବସ୍ତିବାସିନ୍ଦାଙ୍କ କଣ୍ଠକୁ ଚପାଇ ଆସିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ବସ୍ତିବାସିନ୍ଦାଙ୍କ ଭୋଟ ନେଇ ଦଳମାନେ ଶାସନକୁ ଆସିବା ପରେ ସେମାନଙ୍କୁ ଭୁଲିଯାଉଛନ୍ତି। ହେଲେ ଆସନ୍ତା ନିର୍ବାଚନରେ କଳିଙ୍ଗ‌ ସେନା ଏହି ଧାରା ଭାଙ୍ଗିବ। ବସ୍ତିରେ ଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ଜିତାଇବା ପରେ ସେମାନେ ହିଁ ବସ୍ତିର ବିକାଶ କାର୍ଯ୍ୟ କରିବେ। ବିଶେଷ କରି ଭୁବନେଶ୍ବରରେ ଥିବା ସାଲିଆସାହି, ଗଧିଆଖାଲ, ମଇଁଷିଖାଲ, ମାଳିସାହି, ଶ୍ରୀରାମନଗର ସମେତ ଅନ୍ୟ ବସ୍ତିଗୁଡ଼ିକରେ ଖୁବ୍‌ଶୀଘ୍ର ଚୟନ ପ୍ରକ୍ରିୟା କରାଯିବା ସହ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ସେହିପରି ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତି କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି। ଆସନ୍ତା ନଭେମ୍ବର ୭ ତାରିଖରେ ସେନାରେ ପ୍ରତିଷ୍ଠା ଦିବସ ଥିବାରୁ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ପାରିତ କରାଯାଇଛି। ଆଜିର ଏହି ବୈଠକରେ ସାଧାରଣ ସମ୍ପାଦକ ଜଗବନ୍ଧୁ ମହାନ୍ତ, ନିହାର ପାଣି, ଯଦୁମଣି ମହାନ୍ତ, ହୃଷିକେଶ ସେନାପତି, ଅଜୟ ନାୟକ, ବିଜୟ ରାଜ, ନାରୀସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ସମ୍ପାଦିକା ଶୁଭଶ୍ରୀ ପତିଙ୍କ ସମେତ ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe