ବିଜେପିରେ ଯୋଗଦିଅନ୍ତୁ, ଆପଣଙ୍କୁ ମନ୍ତ୍ରୀ ବନାଇବା ମୋର ଦାୟିତ୍ୱ: କମ୍ବଲ ବାବା

ବିଜେପିରେ ଯୋଗଦିଅନ୍ତୁ, ଆପଣଙ୍କୁ ମନ୍ତ୍ରୀ ବନାଇବା ମୋର ଦାୟିତ୍ୱ: କମ୍ବଲ ବାବା

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳର ନେତାମାନେ ଦିନରାତି ଅଙ୍କ କଷୁଛନ୍ତି। ରାଜ୍ୟରେ ନେତା ଓ ବିଧାୟକଙ୍କୁ କିଣାଯାଉଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଏଭଳି ଏକ ସମୟରେ ରୋଗୀ ଚିକିତ୍ସା କରୁଥିବା କମ୍ବଲ ବାବାଙ୍କ ଏକ କଥିତ ଅଡିଓ ଭାଇରାଲ ହୋଇଛି। ଓଡିଓରେ ଲୁଣ୍ଡ୍ରା କଂଗ୍ରେସ ବିଧାୟକ ଚିନ୍ତାମଣି ମହାରାଜଙ୍କୁ ବିଜେପିରେ ସାମିଲ କରିବାକୁ ବାବା ଉଦ୍ୟମ କରିଛନ୍ତି। କୁହାଯାଉଛି ଯେ, ବାବା ବିଧାୟକଙ୍କୁ କହିଛନ୍ତି, ବିଜେପିରେ ସାମିଲ ହୁଅନ୍ତୁ, ମନ୍ତ୍ରୀ ପଦ ଦେବା ମୋର ଦାୟିତ୍ୱ। ଏହି ଅଡିଓ ରେକର୍ଡିଂ ଭାଇରାଲ ହେବା ପରେ ନେତାମାନେ ଛାନିଆ ହୋଇଯାଇଛନ୍ତି।

ଚିନ୍ତାମଣି ମହାରାଜ ଆଲୋଚନା ବେଳେ କମ୍ବଲ ବାବା କହୁଥିଲେ ଯେ, ରାମଦୟାଲ ଉଇକେଙ୍କୁ ୧୦ କୋଟି ଟଙ୍କା ଓ ମନ୍ତ୍ରୀ ପଦ ଦେବାକୁ ପ୍ରତିଶ୍ରୁତି ଦେବା ସହିତ ବିଜେପିରେ ପ୍ରବେଶ କରାଯାଇଛି। କିନ୍ତୁ କମ୍ବଲ ବାବାଙ୍କ ସମସ୍ତ ସମୀକରଣ ଶୁଣିବା ପରେ ଚିନ୍ତାମଣୀ ମହାରାଜ କହିଛନ୍ତି ସେ କଂଗ୍ରେସ ସହିତ ବିଶ୍ୱାସଘାତକତା କରିପାରିବେ ନାହିଁ।

ସୂଚନାଯୋଗ୍ୟ କମ୍ବଲ ବାବା ଗୃହମନ୍ତ୍ରୀ ରାମସେବକ ପେକରାଙ୍କ ଖୁବ ନିକଟତର ଏବଂ ସେ ମନ୍ତ୍ରୀଙ୍କ ସୁଗର ଚିକିତ୍ସା କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe