ଦଳ ଗଢ଼ିବା ପୂର୍ବରୁ ଏପିଜେ ଅବ୍‌ଦୁଲ କଲାମଙ୍କ ସମ୍ପର୍କୀୟଙ୍କୁ ଭେଟିଲେ ତାମିଲ ସୁପରଷ୍ଟାର୍‌ କମଲ ହାସନ

Advertisment

ମହାନତା ଘରର ଶିଷ୍ଟାଚାରରୁ ଆସିଥାଏ: ହାସନ

ମହାନତା ଘରର ଶିଷ୍ଟାଚାରରୁ ଆସିଥାଏ: ହାସନ

ଦଳ ଗଢ଼ିବା ପୂର୍ବରୁ ଏପିଜେ ଅବ୍‌ଦୁଲ କଲାମଙ୍କ ସମ୍ପର୍କୀୟଙ୍କୁ ଭେଟିଲେ ତାମିଲ ସୁପରଷ୍ଟାର୍‌ କମଲ ହାସନ

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର କମଲ ହାସନ ବୁଧବାର ରାଜନୈତିକ ଦଳ ଶୁଭାରମ୍ଭ କରିବା ପୂର୍ବରୁ ରାମେଶ୍ୱରମରେ ସ୍ୱର୍ଗତ ଡ. ଏପିଜେ ଅବ୍‌ଦୁଲ୍‌ କଲାମଙ୍କ ପରିବାରର ସଦସ୍ୟ ଓ ମତ୍ସଜୀବୀମାନଙ୍କୁ ଭେଟିଛନ୍ତି। ଏହି ଅବସରରେ କମଲ ହାସନ କହିଛନ୍ତି, ବର୍ତମାନ ସ୍ଥିତିରେ ଏଆଇଡିଏମ୍‌କେ ସରକାର ଭଲ ବାଟରେ ପରିଚାଳିତ ହେଉ ନାହିଁ। ସେଥି ପାଇଁ ରାଜନୀତିରେ ପାଦ ରଖିବାକୁ ଯାଉଛି।

ସ୍ୱର୍ଗତ କଲାମଙ୍କ ଘରେ ପହଞ୍ଚି କମଲ କହିଛନ୍ତି, ମହାନତା ଘରର ଶିଷ୍ଟାଚାରରୁ ଆସିଥାଏ। ଏଠାକୁ ଆସି ମୋତେ ଏହା ଅନୁଭବ ହୋଇଛି। କମଲ ରାମେଶ୍ୱରରେ କଲାମଙ୍କ ଭାଇ-ଭାଉଜଙ୍କୁ ଭେଟିଛନ୍ତି। ତାମିଲନାଡୁର ଧାର୍ମିକ ଓ ସାଂସ୍କୃତିକ ସଂଗଠନ ହିନ୍ଦୁ ମୁନାନୀର ଜିଲ୍ଲାଧ୍ୟକ୍ଷ ରାମେଶ୍ୱରମ ଜିଲ୍ଲାପାଳଙ୍କୁ ଚିଠି ଲେଖି କମଲ ହାସନଙ୍କ ବିରୋଧରେ ଅଭିଯୋଗ କରିଥିଲେ।

publive-image

କମଲ ହାସନ ବୁଧବାର ତାମିଲନାଡୁ ଗସ୍ତ କାଳରେ ସେ ଭିନ୍ନ ଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାଧାରଣ ଜନତାଙ୍କୁ ଭେଟିବେ। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିଓ୍ଵାଲ ଗତ ବର୍ଷ ସେପ୍ଟେମ୍ବର ୨୧ରେ ଚେନ୍ନାଇସ୍ଥିତ ବାସଭବନରେ କମଲ ହାସନଙ୍କୁ ଭେଟିଥିଲେ। ଉଭୟଙ୍କ ଭେଟ ପରେ ହାସନ କହିଥିଲେ, ବୈଠକ ବହୁତ ଭଲ ଥିଲା। ଆମେ ଆମର ବିଚାର ସମ୍ପର୍କରେ ଜଣେ ଅନ୍ୟକୁ କହିଥାଉ। ଆଲୋଚନା ହେଉଛି ଯେ, ହାସନ ରାଜନୀତିରେ ଆସିବେ ଓ ଆମ ଆଦମୀ ପାଟିକୁ ସହଯୋଗ କରିପାରନ୍ତି।

ତାମିଲ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ରାଜନୀତିକୁ ପ୍ରବେଶ କରିବାକୁ ନେଇ ଘୋଷଣା କରିଛନ୍ତି। ଗତ ଡିସେମ୍ବର ୩୧ କହିଥିଲେ, ତାମିଲନାଡୁର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ଦଳ ଗଠନ କରିବି। ଆମର ଦଳ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନରେ ଲଢ଼ିବେ। ତାମିଲନାଡୁ ବିଧାନସଭା ନିର୍ବାଚନରେ ୨୩୪ଟି ଆସନ ରହିଛି ଓ ପ୍ରତ୍ୟେକ ଆସନରେ ରାଜନୀକାନ୍ତଙ୍କ ୨୫ରୁ ୩୦ ହଜାର ଅନୁଗାମୀ ଅଥବା ସମର୍ଥକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe