ଆସ୍ଥା ଭୋଟ୍‌ ପୂର୍ବରୁ କର୍ଣ୍ଣାଟକ ବିଧାନ ସୌଧ ଚାରିପଟେ ୧୪୪ ଧାରା ଜାରି; ରିସର୍ଟରୁ କର୍ଣ୍ଣାଟକ କଂଗ୍ରେସ ନେତା ନିଖୋଜ

Advertisment

Image Source: Hindustan Times

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍‌ ଥିବାବାଳେ ବିଧାନ ସୌଧ ଚାରିପଟେ ୧୪୪ ଧାରା ଜାରି କରାଯାଇଛି। ରିସର୍ଟରେ ଥିବା ଜଣେ କଂଗ୍ରେସ ବିଧାୟକଙ୍କୁ ଠାବ କରାଯାଇ ପାରୁନାହିଁ ବୋଲି ଗୁରୁବାର ଦିନ କଂଗ୍ରେସ ଥାନାରେ ଅଭିଯୋଗ ଦାଏର କରିଛି। ନିରୁଦ୍ଦିଷ୍ଟ ବିଧାୟକ ଶିବରାମ ହେବ୍ଦର ଏବଂ ସେ ଅନ୍ୟ ବିଦ୍ରୋହୀଙ୍କ ସହ ମୁମ୍ବାଇରେ ରହୁଥିଲେ।

ଗତକାଲି କଂଗ୍ରେସ ବିଧାୟକ ନାମ ଶ୍ରୀମନ୍ତ ବାଲାସାହେବ ପାଟିଲ ମଧ୍ୟ ନିଖୋଜ ହୋଇ ଯାଇଥିଲେ। ଗତକାଲି ରାତି ୮ ଯାଏଁ ତାଙ୍କୁ ଅନ୍ୟମାନେ ଦେଖିଥିଲେ।

ବୁଧବାର ଦିନ କଂଗ୍ରେସ ବିଧାୟକ ରାମଲିଙ୍ଗା ରେଡ୍ଡୀ ମଧ୍ୟ କହିଥିଲେ କି, ସେ ବି ବିଧାନସଭାରୁ ତାଙ୍କର ଇସ୍ତଫା ପ୍ରତ୍ୟାହାର କରିବେ ଓ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କୁ ଆସ୍ଥା ଭୋଟ୍‌କୁ ସମର୍ଥନ କରିବେ।

publive-image Image Source: India Today

୧୩ ଜଣ କଂଗ୍ରେସ, ତିନି ଜଣ ଜେଡିଏସ୍‌ ଓ ଦୁଇ ଜଣ ସ୍ୱାଧୀନ ବିଧାୟକ ଇସ୍ତଫା ଦେଇ ୧୪ ମାସିଆ କୁମାରସ୍ୱାମୀଙ୍କ ସରକାରକୁ ସଙ୍କଟରେ ପକାଇଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କୁ ବିଧାନସଭା କାର୍ଯ୍ୟରେ ଆସ୍ଥା ଭୋଟ୍‌ରେ ଭାଗ ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ଗତକାଲି ସୁପ୍ରିମ୍‌ କୋର୍ଟ ରାୟ ଦେଇଥିଲେ।

ଗୃହରେ ଶାସକ ମେଣ୍ଟର ସଦସ୍ୟ ସଂଖ୍ୟା ହେଉଛି ୧୧୭। ବାଚସ୍ପତିଙ୍କୁ ଛାଡ଼ି ସେଥିରୁ କଂଗ୍ରେସର ୭୮, ଜେଡି(ଏସ୍‌)ର ୩୭, ବିଏସ୍‌ପିର ୧ ଏବଂ ମନୋନୀତ ୧। ୨୨୫ ସଦସ୍ୟବିଶିଷ୍ଟ ଗୃହରେ ଦୁଇ ଜଣ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ପାଇ ବିଜେପିର ଅଛନ୍ତି ୧୦୭ ଜଣ ବିଧାୟକ। ଏଥିରେ ମନୋନୀତ ବିଧାୟକ ଓ ବାଚସ୍ପତିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe