ନବାଗତଙ୍କୁ ପ୍ରାର୍ଥୀ ନକରିବାକୁ କୁଚିଣ୍ଡା ଆଶାୟୀଙ୍କ ମେଳି, ନବୀନ ନିବାସରେ ଫେରାଦ ହେଲେ

Advertisment
ନବାଗତଙ୍କୁ ପ୍ରାର୍ଥୀ ନକରିବାକୁ କୁଚିଣ୍ଡା ଆଶାୟୀଙ୍କ ମେଳି, ନବୀନ ନିବାସରେ ଫେରାଦ ହେଲେ

ସମ୍ବଲପୁର: ଟିକଟ୍‌ ଆଶାରେ ନିକଟରେ ବିଜେଡିରେ ଯୋଗ ଦେଇଥିବା ଲୋକଙ୍କୁ ପ୍ରାର୍ଥୀ କରାଇ ନ ଦେବା ଅଭିଯାନକୁ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ପୁରୁଣା ଦଳୀୟ ଆଶାୟୀମାନେ ଜୋରଦାର କରିଛନ୍ତି। ନିକଟରେ ସେମାନେ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ କହିଥିଲା ବେଳେ ମଙ୍ଗଳବାର ନବୀନ ନିବାସ ଗସ୍ତ କରିଛନ୍ତି। ନବୀନ ନିବାସରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନବନିଯୁକ୍ତ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଏଥର କୁଚିଣ୍ଡାରେ ବିଜେଡି ଜିତିବା ନିଶ୍ଚିତ କିନ୍ତୁ ଦଳ ବାହାରୁ ଟିକଟ୍‌ ଆଶାରେ ଆସିଥିବା ପ୍ରାର୍ଥୀଙ୍କୁ ନେଇ ଦଳୀୟ ଆଶାୟୀ ଓ କର୍ମୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସେମାନଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କଲେ ଦଳ ପରାଜିତ ହେବ। ସେମାନେ ମଧ୍ୟ ଦଳରୁ ଓହରିଯିବେ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ୨୦ ବର୍ଷ ଧରି ଦଳ ଭିତରେ ଥିବା ଆଶାୟୀଙ୍କ ମଧ୍ୟରୁ ଜଣକୁ ଟିକଟ୍‌ ଦେଲେ ଏକଜୁଟ ହୋଇ ଲଢ଼ିବ ଓ ଦଳକୁ ଜିତାଇବେ ବୋଲି ଆଶାୟୀମାନେ ଉଲ୍ଲେଖ କରିଛନ୍ତି।

publive-image

ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଗତଥରର ବିଜେଡି ପ୍ରାର୍ଥୀ ଭୁବନେଶ୍ୱର କିସାନ, ଶ୍ୟାମ ସୁନ୍ଦର ମୁଣ୍ଡା, ମନୋରଂଜନ ଭୋଇ, ମହିନ୍ଦ୍ର ବାଗ ଏବଂ କରୁଣାକର କିସାନ ପ୍ରମୁଖ ପ୍ରମୁଖ ୬ ଜଣ ଆଶାୟୀ ନବୀନ ନିବାସ ଯାଇ ଏହି ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ସହ ବହୁ ସଂଖ୍ୟାରେ ସ୍ଥାନୀୟ ନେତା ଓ କର୍ମୀମାନେ ଥିଲେ। ସେମାନେ ମଧ୍ୟ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଆଉ କିଛି ଦଳୀୟ ନେତୃବୃନ୍ଦଙ୍କୁ ନବୀନ ନିବାସରେ ଭେଟି ନିଜ ଅଭିଯୋଗ ଜଣାଇଛନ୍ତି।

publive-image

ସଦ୍ୟ ବିଜେଡିରେ ଯୋଗ ଦେଇଥିବା ବିଜେପି ନେତା କିଶୋର ନାୟକ ଏବଂ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଜୟପାଲ ନାୟକଙ୍କୁ ନେଇ ସ୍ଥାନୀୟ ବିଜେଡି ଆଶାୟୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଦାବିପତ୍ରରେ ସେମାନେ କାହାରି ନାମ ଉଲ୍ଲେଖ କରି ନଥିଲେ ବି ମୁଖ୍ୟତଃ ଏହି ନବାଗତଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଥିବା ଜଣା ପଡ଼ିଛି। ଅନ୍ୟମାନେ ଦଳରେ ଯୋଗ ଦେବାକୁ ସେମାନେ ସ୍ୱାଗତ କରୁଛନ୍ତି କିନ୍ତୁ ସେମାନଙ୍କୁ ଟିକଟ୍‌ ପ୍ରଦାନକୁ ବିରୋଧ କରୁଥିବା ପୁରୁଣା କର୍ମୀ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe