ଗୋଆ ମୁଖ୍ୟମନ୍ତ୍ରୀ ପାଇଁ ‘ଆପ୍‌’ର ପ୍ରାର୍ଥୀ ‌ହେବେ ଅମିତ ପାଲେକର୍‌: ଅରବିନ୍ଦ କେଜ୍ରିୱାଲ୍‌

Advertisment
ଗୋଆ ମୁଖ୍ୟମନ୍ତ୍ରୀ ପାଇଁ ‘ଆପ୍‌’ର ପ୍ରାର୍ଥୀ ‌ହେବେ ଅମିତ ପାଲେକର୍‌: ଅରବିନ୍ଦ କେଜ୍ରିୱାଲ୍‌

Image Courtesy of India Today

ପାନାଜୀ: ଫେବ୍ରୁଆରି ୧୪ରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ‘ଆମ୍‌ ଆଦ୍‌ମି ପାର୍ଟି’ ଓକିଲ ତଥା ସାମାଜିକକର୍ମୀ ଅମିତ ପାଲେକର୍‌ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି। ପାଲେକର୍‌ଙ୍କ ନାମ ଘୋଷଣା କରିବା ପୂର୍ବରୁ କେଜ୍ରିୱାଲ୍‌ କହିଲେ, ଏହି ଉପକୂଳବର୍ତ୍ତୀ ରାଜ୍ୟ ନିମନ୍ତେ ପ୍ରଚାର ଅଭିଯାନ ଲାଗି ଦଳ ଜେଣ ‘ସଚ୍ଚୋଟ ବ୍ୟକ୍ତି’ଙ୍କୁ ବାଛିଛି।

ପାନାଜୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଆପ୍‌’ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ୍‌ ଔପଚାରିକ ଭା‌ବେ ଦଳର ଏହି ନିଷ୍ପତ୍ତି ସଂକ୍ରାନ୍ତରେ ଘୋଷଣା କରିଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗୋଆରେ ପହଞ୍ଚି ସ୍ଥାନୀୟ ନେତୃବର୍ଗଙ୍କୁ ଭେଟି ନିଷ୍ପତ୍ତି ଚୂଡ଼ାନ୍ତ କରିଥିବା କଥା ବି‌ଶେଷସୂତ୍ରରୁ ଜଣାପଡ଼ିଛି।

କେଜ୍ରିୱାଲ୍‌ କହିଛନ୍ତି, ଗୋଆର ଅଧିବାସୀଙ୍କ ମଧ୍ୟରେ ଭଣ୍ଡାରୀ ସମାଜ ହେଉଛି ଉଲ୍ଲେଖନୀୟ ଅଂଶବିଶେଷ, କିନ୍ତୁ ସେମାନଙ୍କୁ ଗଭୀର ଆଘାତ ଦିଆଯାଇଛି। ସେମାନେ ସମାଜର ସର୍ବବୃହତ୍‌ ଅଂଶବିଶେଷ ହୋଇଥିଲେ ବି ବିଗତ ୬୦ ବର୍ଷ ମଧ୍ୟରେ ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆମେ ଏହି ଅନ୍ୟାୟର ଅବସାନ କରିବୁ। ଆମେ ଜାତିଆଣା ରାଜନୀତି କରୁନାହୁଁ। ଅନ୍ୟ ଦଳ ସବୁ ସାମ୍ପ୍ରଦାୟ ବିରୋଧରେ ରାଜନୀତି କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପାଲେକର୍‌ ସାଧୁତାର ସହ ଗୋଆର ସେବା କରିବେ। ସେ ରାଜ୍ୟରୁ ଦୁର୍ନୀତି ବିଲୋପ କରିବେ। ସେ ଗୋଆରେ ସମସ୍ତଙ୍କ ପାଇଁ କାର୍ଯ୍ୟ କରିବେ। ସେ ଶିକ୍ଷିତ। ଗୋଆରେ ‘ଆପ୍‌’ ଦେଇଥିବା ସମସ୍ତ ପ୍ରତିଶ୍ରୁତି ସେ ପୂରଣ କରିବେ। ଗୋଆବାସୀଙ୍କର ରାସ୍ତାଘାଟ, ସ୍କୁଲ୍‌ ଏବଂ ଦିଲ୍ଲୀ ଭଳି ବିଜୁଳି ଆବଶ୍ୟକ।

publive-image Image Courtesy of India Today

ସେହିପରି, ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଜଣକୁ ଗୋଆର ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଘୋଷଣା କରିଛନ୍ତି।

‘ଦି ସେଭ୍‌ ଓଲ୍‌ଡ୍‌ ଗୋଆ ଆକ୍ସନ୍‌ କମିଟି’ (ସୋଗାକ୍‌) ଚଳାଇଥିବା ଅନଶନରେ ଯୋଗ ଦେଇ ଓକିଲରୁ ରାଜନେତା ପାଲଟି ଥିବା ଅମିତ ପାଲେକର୍‌ କେଜ୍ରିୱାଲ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‘ଓଲ୍‌ଡ୍‌ ଗୋଆ ୟୁନେସ୍କୋ ହେରିଟେଜ୍‌’ ଜୋନ୍‌ରେ ବେଆଇନ ଭାବେ ନିର୍ମାଣ ହେଉଥିବା ଏକ ବଙ୍ଗଳା ଭାଙ୍ଗିବା ପାଇଁ ‘ସୋଗାକ୍‌’ ଆନ୍ଦୋଳନ ଚଳାଇଥିଲା। ୫ଦିନିଆ ଅନଶନ ହରତାଳ ଶେଷ କରି ପାଲେକର୍‌ କେଜ୍ରିୱାଲ୍‌ଙ୍କ ପ୍ରିୟଭାଜନ ହୋଇଥିଲେ ଏବଂ ‘ଆପ୍‌’ ତାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଇଥିଲା।

ସାନ୍ତାକ୍ରୁଜ୍‌ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପାଲେକର୍‌ ପଡ଼ୋଶୀ ନିର୍ବାଚନ ମଣ୍ଡଳୀ ସେଣ୍ଟ୍‌ ଆଣ୍ଡ୍ରେରେ ଦ୍ବାରା ଦ୍ବାର ବୁଲି କେଜ୍ରିୱାଲ୍‌ ଚଳାଇଥିବା ପ୍ରଚାର ଅଭିଯାନରେ ଭାଗ ନେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ବ୍ୟାପକ ପ୍ରଚାର ଅଭିଯାନ ଚଳାଇବା ସହ ୪୦ ଆସନବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନ ନିମନ୍ତେ ୩୯ଜଣ ପ୍ରାର୍ଥୀ ଠିଆ କରାଇ ‘ଆପ୍‌’ ଗୋଟିଏ‌ ହେଲେ ଆସନରୁ ବିଜୟୀ ହୋଇ ପାରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe