ଭୁବନେଶ୍ୱର: ବିଜୁ ଜନତା ଦଳ ଛାଡ଼ି ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଓ ୩ ଜଣ ବିଧାୟକ ବୁଧବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ମୟୂରଭଂଜ ରାଜନୀତିର ଜଣେ ଜଣାଶୁଣା ମୁହଁ କୁହାଯାଉଥିବା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଦୀର୍ଘ ଦିନ ଧରି ବିଜେଡିରେ ଥିଲେ। କିନ୍ତୁ ଦଳ ପକ୍ଷରୁ ତାଙ୍କୁ ଅବହେଳା କରାଯିବାରୁ ସେ ଶେଷରେ ବିଜେପିରେ ଯୋଗ ଦେଇଛନ୍ତି। ଗଂଜାମ ଜିଲ୍ଲାର ଆସିକା ବିଧାୟକ ଦେବରାଜ ମହାନ୍ତି, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରେ ସାମିଲ ହୋଇଛନ୍ତି। ଦଳୀୟ ଟିକେଟ୍ ନ ମିଳିବାରୁ ଏମାନେ ଦଳ ଛାଡ଼ି ବିଜେପିକୁ ଆସିଥିବା ଜଣାପଡ଼ିଛି।
ସେହିପରି ସୁନ୍ଦରଗଡ଼ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଥିବା ବିଜେଡି ନେତ୍ରୀ କୁସୁମ ଟେଟେ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ନିରଂଜନ ପ୍ରଧାନ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। ବିଜେଡି ଛାଡ଼ିଥିବା କୁସୁମ ଟେଟେ ବିଜେପିରେ ଯୋଗ ଦେଇଛନ୍ତି। ଏଥି ସହିତ ବହୁ ଜିଲ୍ଲା ପରିଷଦ ସଭ୍ୟ, ସରପଂଚ ପ୍ରାର୍ଥୀ ଓ ସମିତି ସଭ୍ୟ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ଜିଲ୍ଲା ପରିଷଦ ସଭ୍ୟ, ସରପଂଚ ପ୍ରାର୍ଥୀ ଓ ସମିତି ସଭ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସେମାନେ ହେଲେ ପ୍ରଭାକର ପଣ୍ଡା, ସୁନାଦେବୀ, ସୁବ୍ରତ ପଟ୍ଟନାୟକ, ନିବାସୀ ପରିଡା, ଦୁର୍ଯ୍ୟୋଧନ ସାହୁ, ସଂଯୁକ୍ତା ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପଟୁଆ, ବଳରାମ ପ୍ରଧାନ, ଧ୍ରୁବ ଚରଣ ପ୍ରଧାନ, ରତ୍ନାକର ସ୍ୱାଇଁ, ବିସ୍ମୟ ପ୍ରଧାନ, ବିଜୟ ପ୍ରଧାନ, ବାବୁଲା ପ୍ରଧାନ ପ୍ରମୁଖ ସେମାନଙ୍କର ସମର୍ଥକଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।
Follow Us