ବିଜେପିର ୨୨ଜଣିଆ ପ୍ୟାନେଲିଷ୍ଟ ଘୋଷଣା, ଚାରି ପ୍ରବକ୍ତା ସାମିଲ

Advertisment
ବିଜେପିର ୨୨ଜଣିଆ ପ୍ୟାନେଲିଷ୍ଟ ଘୋଷଣା, ଚାରି ପ୍ରବକ୍ତା ସାମିଲ

ଚନ୍ଦ୍ରଶେଖରପୁର : ଗଣମାଧ୍ୟମରେ ନିଜର ପକ୍ଷ ରଖିବାକୁ ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ଶାଖା ପକ୍ଷରୁ ୨୨ ଜଣିଆ ପ୍ୟାନେଲିଷ୍ଟ୍‍ ତାଲିକା ଘୋଷଣା କରାଯାଇଛି। ଦଳର ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ସୁଦୀପ୍ତ ରାୟ ଓ ଦିଲ୍ଲୀପ ମହାନ୍ତିଙ୍କ ସହିତ ଏହି ପ୍ୟାନେଲିଷ୍ଟ୍‍ମାନେ ଗଣମାଧ୍ୟମରେ ଦଳକୁ ପ୍ରତିନିଧିତ୍ୱ କରିବେ। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ କରାଯାଇଛି।

ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ, ସମୀର ମହାନ୍ତି, ପୃଥ୍ଵୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ବିଧାୟକ ପ୍ରଦୀପ ପୁରୋହିତ ଓ ରବି ନାୟକ, ସୁକେଶୀ ଓରାମ, ଲେଖାଶ୍ରୀ ସାମନ୍ତ ସିଂହାର, କାଳନ୍ଦୀ ସାମଲ, ଦିଲ୍ଲୀପ ମଲ୍ଲିକ, ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, ପ୍ରଭାତୀ ପରିଡ଼ା, ଟଙ୍କଧର ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୁରଥ ବିଶ୍ୱାଳ, ସତ୍ୟବ୍ରତ ପଣ୍ଡା, ଗୌତମ ରାୟ, ଉର୍ମିଳା ମହାପାତ୍ର, ପିଙ୍କୀ ପ୍ରଧାନ, ଜ୍ଞାନଦେବ ବେଉରିଆ, ଅମର ନାୟକ ଓ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଏହି ତାଲିକାରେ ସାମିଲ ଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe