ଆମେ ଖୁବ୍‌ ଶୀଘ୍ର ରାମ ମନ୍ଦିର ନିର୍ମାଣ କରିବା ଚାହିଁବୁ: ଅମିତ ଶାହ

Advertisment
ଆମେ ଖୁବ୍‌ ଶୀଘ୍ର ରାମ ମନ୍ଦିର ନିର୍ମାଣ କରିବା ଚାହିଁବୁ: ଅମିତ ଶାହ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶୁକ୍ରବାର କହିଛନ୍ତି, ଆମେ ଖୁବ୍‌ ଶୀଘ୍ର ରାମ ମନ୍ଦିର ନିର୍ମାଣ କରିବା ଚାହିଁବୁ। ବିଜେପି ଚାହୁଁଛି ରାମ ମନ୍ଦିର ଶ୍ରୀଘ୍ର ହେଉ ମାତ୍ର ଏଥିରେ କଂଗ୍ରେସ ବାଧା ଦେଉଛି। ଅନ୍ୟପଟରେ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ପ୍ରକ୍ରିୟା ଆଗକୁ ବଢ଼ି ପାରୁ ନାହିଁ। ଦିଲ୍ଲୀର ରାମଳୀଲା ପଡ଼ିଆରେ ବିଜେପିର ରାଷ୍ଟ୍ରୀୟ ମହାଧିବେଶନର ଉଦଘାଟନୀ ଦିବସ ଅବସରେ ଶାହ ଏହା କହିଛନ୍ତି। ବର୍ଷ ୨୦୧୯ରେ ମୋଦି ସରକାର ଗଠନ କରି ଉତ୍ସବ ପାଳନ କରିବେ। ଆଗାମୀ ଲୋକସଭା ନିର୍ବାଚନ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବରିଷ୍ଠ ବିଜେପି ନେତା କହିଛନ୍ତି।

ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି ଶାହ କହିଛନ୍ତି, ୨୦୧୯ରେ ମୋଦି ସରକାରକୁ କ୍ଷମତା ଦିଅନ୍ତୁ। ଶାହ କହିଛନ୍ତି, ବିଜେପିର ପତାକା କେରଳରେ ମଧ୍ୟ ଉଡ଼ିବ। ସେହିପରି ଉତ୍ତର ପ୍ରଦେଶରେ ବିଜେପି ୭୩ ଆସନରେ ବିଜୟୀ ହେବ। ଶାହ କହିଛନ୍ତି, ମହାମେଣ୍ଟକୁ ଜଣା ଅଛି ଯେ, ସେମାନେ ମୋଦିଙ୍କ ବିରୋଧରେ ଏକାକୀ ଲଢ଼େଇ କରିପାରିବେ ନାହିଁ। ୨୦୧୯ ଲୋକସଭା ନିର୍ବାଚନ ମୋଦି ବନାମ ଅଲ୍‌ ପାର୍ଟି ମଧ୍ୟରେ ମୁକାବିଲା ହେବ। ସମଗ୍ର ବିଶ୍ୱରେ ମୋଦି ଜଣେ ଲୋକପ୍ରିୟ ନେତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe