ଏକାକୀ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବ ଏଲ୍‌ଜେପି, ନିର୍ବାଚନ ପରେ ବିଜେପିକୁ ସମର୍ଥନ କରିପାରେ

Advertisment
ଏକାକୀ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବ ଏଲ୍‌ଜେପି, ନିର୍ବାଚନ ପରେ ବିଜେପିକୁ ସମର୍ଥନ କରିପାରେ

Image Courtesy of India Today

ପାଟନା: ‘ଜେଡି(ୟୁ)’ ସୁପ୍ରିମୋ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରୁଥିବା ‘ଏନ୍‌ଡିଏ’ ମେଣ୍ଟରେ ମିଶି ୨୦୨୦ ବିହାର ବିଧାନସଭା ନିର୍ବାଚନ ଲଢ଼ିବ ନାହିଁ ବୋଲି ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ସ୍ଥିର କରିଛି। ଏହାଛଡ଼ା, ‘ବିହାର ଫାଷ୍ଟ୍‌, ବିହାର ଫାଷ୍ଟ୍‌’ ବା ‘ଆଗ ବିହାର, ଆଗ ବିହାର’ ସ୍ଲୋଗାନ୍ ଥିବା ଏକ ଭିଡିଓକୁ ଆଗାମୀ ନିର୍ବାଚନରେ ପ୍ରସାର କରିବାକୁ ‘ଏଲ୍‌ଜେପି’ ନିଷ୍ପତ୍ତି ନେଇଛି।

ଆଜି ଚିରାଗ ପାଶୱାନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଏଲ୍‌ଜେପି’ର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇ ଥାଇପାରେ। ଦଳର ସମସ୍ତ ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବେ ବୋଲି ଠିକ୍ କରାଯାଇଥିବା କୁହାଯାଉଛି। ଏହାର ଅର୍ଥ ‘ଏଲ୍‌ଜେପି’ ‘ଜେଡି(ୟୁ)’ ବିପକ୍ଷରେ ପ୍ରାର୍ଥୀ ଠିଆ କରାଇ ପାରେ କିନ୍ତୁ, ବିଜେପି ବିପକ୍ଷରେ ନୁହେଁ। ଏହାର ସାରାଂଶ ହେଲା, ମେଣ୍ଟର ଅଂଶୀଦାର ରହି ‘ଏଲ୍‌ଜେପି’ ‘ଏନ୍‌ଡିଏ’ ମେଣ୍ଟ ବାହାରେ ରହି ବିହାର ନିର୍ବାଚନ ଲଢ଼ିବ।

publive-image Image Courtesy of India Today

ଆଜିର ବୈଠକ ପରେ ଚିରାଗ ପାଶୱାନ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ଆଜିର ନିଷ୍ପତ୍ତିରେ ମୁଁ ଆନନ୍ଦିତ। ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିବି।

ପୂର୍ବରୁ ମଧ୍ୟ ‘ଏଲ୍‌ଜେପି’ ଏହି ସୂତ୍ରରେ ମଣିପୁରରେ ନିର୍ବାଚନ ଲଢ଼ିଥିଲା ଏବଂ ନିର୍ବାଚନ ପରେ ବିଜେପି ସରକାରରେ ଯୋଗ ଦେଇଥିଲା। ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ମଧ୍ୟ ‘ଏଲ୍‌ଜେପି’ ବିଧାୟକଙ୍କୁ ନିଜ କ୍ୟାବିନେଟ୍‌ରେ ସ୍ଥାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe