Photo Credit: Live Mint
ନୂଆଦିଲ୍ଲୀ: ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ୨୦୧୯ ଲୋକସଭା ପାଇଁ ଦଳର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପ୍ରଥମ ପ୍ରାର୍ଥୀ ତାଲିକାରେ ୧୮୪ ଜଣ ଦଳୀୟ ପ୍ରାଥୀଙ୍କ ନାମ ଉପରେ ମୋହାର ମାରିଛି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି।
Photo Credit: First postତେବେ, ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯିବା ପରେ ଏବେ ଏହାକୁ କେନ୍ଦ୍ର କରି ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା। କାରଣ, ପ୍ରଥମ ତାଲିକାରେ ଉତ୍ତରପ୍ରଦେଶର ବାରଣସୀ ଆସନରୁ ନରେନ୍ଦ୍ର ମୋଦି ସ୍ଥାନ ପାଇଥିବା ବେଳେ ଗୁଜୁରାଟର ଗାନ୍ଧୀନଗର ଆସନରୁ ବାଦ୍ ପଡ଼ିଛନ୍ତି ବିଜେପିର ଅନ୍ୟତମ ପ୍ରତିଷ୍ଠାତା ତଥା ୯୧ ବର୍ଷରେ ଏବେବି ସକ୍ରିୟ ଥିବା ଭାରତୀୟ ରାଜନୀତିରେ ଭୀଷ୍ମ ପିତାମହ ରୂପେ ପରିଚିତ ଲାଲକୃଷ୍ଣ ଆଡ଼ଭାନୀ।
Photo Credit: Live Mintଗାନ୍ଧୀନଗର ଆସନରୁ ଏଥର ଦଳୀୟ ପ୍ରାର୍ଥୀ ରୂପେ ଟିକେଟ ପାଇଛନ୍ତି ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ଦଳ ପ୍ରଥମ ତାଲିକାରେ କେବଳ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ବାଦ୍ ଦେଇ ନାହିଁ ୭୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବହୁ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକେଟ ପ୍ରଦାନ କରିନାହିଁ। ଏମାନଙ୍କ ମଧ୍ୟରେ ଅଛନ୍ତି ଘରଓ୍ଵାଲର ସାଂସଦ ବି ସି ଖଣ୍ଡୁରୀ (୮୪), ନୈନିତାଲର ସାଂସଦ ଭଗତ ସିଂହ କେଶରୀୟା (୭୬) ଏବଂ ଗୌହାଟି ସାଂସଦ ବିଜୟ ଚକ୍ରବର୍ତ୍ତୀ (୭୯) ହେଲେ ଏଇ ପ୍ରଥମ ତାଲିକାରେ ଟିକ୍ଟେରୁ ବଞ୍ଚିତ ହୋଇଥିବା କିଛି ପ୍ରମୁଖ ନାମ।
Photo Credit: Hindustanତେବେ, ଏବେ ବି ସକ୍ରିୟ ଥିବା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଦଳ ଲୋକସଭା ପାଇଁ ଟିକେଟ ନଦେବା ଘଟଣାକୁ କେନ୍ଦ୍ର କରି ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା। କାରଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ଆଡ଼ଭାନୀଙ୍କ ମଧୁର ସଂପର୍କ ନଥିବା ବିଷୟ ସମସ୍ତଙ୍କୁ ଜଣା। ପୁଣି, ୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆସନ ଅଳଂକୃତ କରିବା ପରେ ଆଡ଼ଭାନୀଙ୍କୁ ଦଳ ଭିତରେ ଏକ ରକମ କଣଠେସା କରି ରଖି ଦେଇଥିଲେ। ତେଣୁ, ମୋଦି- ଶାହା ଯୋଡ଼ି ଆଡ଼ଭାନୀଙ୍କୁ ଟିକେଟରୁ ବଞ୍ଚିତ କଲେ ନା ଆଡ଼ଭାନୀ ନିଜେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କଲେ ତାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ।
Photo Credit: Live Mintବିଜେପି କିଛି ନେତା ଏସଂପର୍କରେ ସଫେଇ ଦେଇ କହୁଛନ୍ତି ଯେ ଏଥର ନିର୍ବାଚନରେ ଲଢ଼ିବାକୁ ଆଡ଼ଭାନୀ ଅରାଜି ହେବାରୁ ଗୁଜୁରାଟର ଗାନ୍ଧୀନଗର ଆସନରୁ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ଦଳୀୟ ପ୍ରାର୍ଥୀ କରାଗଲା। ଯଦି ବୟସ ଦୃଷ୍ଟିରୁ ଆଡ଼ଭାନୀ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେଲେ, ତେବେ ଦଳ ତାଙ୍କୁ ରାଜ୍ୟସଭା ପଠାଇ ପାରି ଥାଆନ୍ତା। କାରଣ ସାତ ଥର ଲୋକସଭାକୁ ଓ ଚାରି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଆଡ଼ଭାନୀ ପୂର୍ବ ବିଜେପି ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କର ଅତି ନିକଟତର। ପୁଣି ଦେଶର ଗୃହମନ୍ତ୍ରୀ ଓ ଉପ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ତାଙ୍କ ନିକଟରେ ରହିଥିଲା ପ୍ରଚୁର ଦକ୍ଷତା। ତେଣୁ ଏପରିସ୍ଥିତରେ ଆଡ଼ଭାନୀ ଲଢ଼ିବାକୁ ଚାହିଁଲେନି ବୋଲି କହି ଦଳ ତାଙ୍କୁ ଟିକେଟ ଦେଲାନି ନା ରାଜନୀତିରୁ ସନ୍ନ୍ୟାସ ନେଲେ ବୋଲି କହି ବାଧ୍ୟତାମୂଳକ ଅବସର ଦେଲା ତାକୁ ନେଇ ଚାଲିଚି ଚର୍ଚ୍ଚା।
Follow Us