Zee News
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନ ପ୍ରଚାରରେ ବିରୋଧୀ ଦଳମାନଙ୍କୁ ଟାର୍ଗେଟ କରିଛନ୍ତି। ଉତ୍ତର ପ୍ରଦେଶର ଭଦୋହୀରେ ପହଂଚିବା ପରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି, ଆମ ଦେଶ ସ୍ୱାଧୀନତା ହାସଲ କରିବା ପରେ ୪ ପ୍ରକାରର ରାଜନୈତିକ ସଂସ୍କୃତି ଆସିଛି। ପ୍ରଥମେ ନାମପଂଥୀ, ଦ୍ୱିତୀୟରେ ବାମପଂଥୀ, ତୃତୀୟରେ ଦମନପଂଥୀ ଦଳ ଭାରତକୁ ଶାସନ କରିଛନ୍ତି। ଆମେ ବିିକାଶପଂଥୀ ଶାସନ ନେଇ ଆସିଛୁ। ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରର ଲକ୍ଷ୍ୟ ହେଉଛି ଦେଶର ବିକାଶ କରିବା। ଦେଶର ଜନତାଙ୍କ ବିକାଶ ହେଉଛି ଆମର ପ୍ରାଥମିକତା ବୋଲି ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଶ୍ୱରେ ଭାରତର ସମ୍ମାନ ବଢ଼ିଛି। ଦେଶ ଯାହା ପ୍ରସ୍ତାବ ଦେଉଛି, ବିଦେଶରେ ତାହା ଗ୍ରହଣୀୟ ହେଉଛି। ବିଶ୍ୱର ବଡ଼ ବଡ଼ ରାଷ୍ଟ୍ର ମଧ୍ୟ ଭାରତକୁ ସମ୍ମାନ ରଖୁଛନ୍ତି।
Hindustan Timesମୋଦୀ କହିଛନ୍ତି, ଦେଶରେ ଆତଙ୍କବାଦୀ ଆକ୍ରମଣ ହେଲେ ଯେକୌଣସି ବ୍ୟକ୍ତିଙ୍କୁ ପୀଡ଼ା ହୋଇଥାଏ କି ନାହିଁ? ଯେତେବେଳେ ସହିଦ ଯବାନଙ୍କ ପାର୍ଥିବ ଶରୀର ଉପରେ ତ୍ରିରଙ୍ଗା ଘୋଡାଇ ଦିଆଯାଇଥାଏ, କଷ୍ଟ ଲାଗିଥାଏ କି ନାହିଁ? ଜବାବରେ ଯେତେବେଳେ ସର୍ଜିକାଲ ଷ୍ଟ୍ରାଇକ ହୋଇଥାଏ, ଆପଣଙ୍କୁ ଗର୍ବ ଅନୁଭବ ହୋଇଥାଏ କି ନାହିଁ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ଆପଣଙ୍କୁ ଗର୍ବ ହେଲା? ଆପଣଙ୍କୁ ଲାଗୁଛି ଯେ, ମୋଦୀଙ୍କ ରାସ୍ତା ଠିକ୍ ନାହିଁ।?
Follow Us