Image Courtesy of India Today
ନୂଆଦିଲ୍ଲୀ: ରବିବାର ସକାଳେ ଭୋଟ୍ ଗ୍ରହଣ ଆରମ୍ଭ ହେବା ପରେ ପରେ କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ନେତ୍ରୀ ମେନକା ଗାନ୍ଧୀ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ସୋନୁ ସିଂହଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଉତ୍ତର ପ୍ରଦେଶର ପିଲିଭିତ ନିର୍ବାଚନ ମଣ୍ଡଳୀର ସାଂସଦ ଥିବା ମେନକା ଗାନ୍ଧୀ ସମ୍ପ୍ରତି ସୁଲତାନପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ମେନକା ଗାନ୍ଧୀ ଅଭିଯୋଗ କରିଥିଲେ କି, ସୋନୁଙ୍କ ସମର୍ଥକମାନେ ଭୋଟର୍ମାନଙ୍କୁ ଧମକ ଦେଉଥିଲେ।
ଏକ ସମ୍ବାଦ ସରବରାହ ସଂସ୍ଥା ଟୁଇଟ୍ କରିଥିବା ଭିଡିଓରେ ଦେଖାଯାଉଛି ସୋନୁ ସିଂହଙ୍କ ସହ ମେନକା ଗାନ୍ଧୀ ତାଙ୍କର ସମର୍ଥକମାନଙ୍କ ଆଚରଣ ସମ୍ପର୍କରେ ଯୁକ୍ତି କରୁଛନ୍ତି। ସେ କହିଥିଲେ: ଏଠାରେ ଗୁଣ୍ଡାଗିରି ଚଳିବ ନାହିଁ। ତାଙ୍କର ଅଭିଯୋଗକୁ ଅଗ୍ରାହ୍ୟ କରି ସେ କ’ଣ ଭୁଲ୍ କରିଛନ୍ତି ବୋଲି ସୋନୁ ପଚାରିଥିଲେ। ଏତିକି ବେଳେ ସୋନୁ ସିଂହଙ୍କ ସମର୍ଥକମାନେ ତାଙ୍କ ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ। କ୍ରମେ ଉଭୟ ପକ୍ଷର ଲୋକେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ଓ ପରିସ୍ଥିତି ଶାନ୍ତ ପଡ଼ିଥିଲା।
Follow Us