‘ପଦ୍ମ’ ଧରି ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ପୁଣେରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି

‘ପଦ୍ମ’ ଧରି ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ପୁଣେରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି

ନୂଅାଦିଲ୍ଲୀ : ଭାରତୀୟ ଜନତା ପାର୍ଟି ୨୦୧୯ର ଲୋକସଭା ନିର୍ବାଚନରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ପୁଣେ ସିଟରୁ ନିର୍ବାଚନୀ ମଇଦାନରେ ଓହ୍ଲାଇବାର ବିଚାର କରୁଛି । ଦଳୀୟ ସୂତ୍ରରୁ ଜଣାପଡିଛି, ଦଳର ‘ସପର୍କ ରଥ ସମର୍ଥନ’ ଅଭିଯାନ ଅଧିନରେ ମୁମ୍ବାଇ ଯାଇଥିବା ବେଳେ  ବିଜେପି ଅଧ୍ୟକ୍ଷ ଅମିତ ଶାହ ଗତ ଜୁନରେ ମାଧୁରୀଙ୍କୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ ।  ଏହି ସମୟରେ ଅଭିନେତ୍ରୀ ମାଧୁରୀଙ୍କୁ ନରେନ୍ଦ୍ର ମୋଦି ସରକାରଙ୍କ ଉପଲବ୍ଧିଗୁଡ଼ିକ ବିଷୟରେ ଅବଗତ କରାଇଥିଲେ ।

publive-image

ମହାରାଷ୍ଟ୍ରର ଜନୈକ ବରିଷ୍ଠ ବିଜେପି ନେତା କହିଛନ୍ତି କି, ମାଧୁରୀଙ୍କ ନାଁ ପୁଣେ ଲୋକସଭା ସିଟ୍ ପାଇଁ ଚୟନ କରାଯାଇଛି । ସେ କହିଛନ୍ତି କି, ‘ଦଳ ୨୦୧୯ରେ ସାଧାରଣ ନିର୍ବାଚନରେ ମାଧୁରୀ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିବା ଉପରେ ଗମ୍ଭୀରତାର ସହିତ ବିଚାର କରୁଛି । ପୁଣେ ଲୋକସଭା ସିଟ୍ ମାଧୁରୀଙ୍କ ପାଇଁ ଉପଯୁକ୍ତ ହେବ । ଦଳ ଅନେକ ଲୋକସଭା ଅାସନ ପାଇଁ ପ୍ରାର୍ଥୀଙ୍କ ନାମ ନିର୍ଦ୍ଧାରିତ କରିବା ପ୍ରକ୍ରିୟାରେ ଅଛି ଏବଂ ତାଙ୍କ ନାମ ପୁଣେ ଲୋକସଭା ନିର୍ବାଚନ କ୍ଷେତ୍ର ପାଇଁ ଚୟନ କରାଯାଇଛି ।’

୫୧ ବର୍ଷୀୟ ମାଧୁରୀ ଦୀକ୍ଷିତ ‘ତେଜାବ’, ‘ହମ ଆପକେ ହେଁ କୌନ’, ‘ଦିଲ ତୋ ପାଗଲ ହେ’, ‘ସାଜନ’ ଓ ‘ଦେବଦାସ’ ସହିତ ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe