ଗୋଟିଏ ହେଲିକେପ୍ଟରରେ ଗଲେ କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ

Advertisment
ଗୋଟିଏ ହେଲିକେପ୍ଟରରେ ଗଲେ କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ

Image Source-India today

ଭୋପାଳ: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ଗୋଟିଏ ହେଲିକେପ୍ଟରରେ ଯିବା ଏଥିରେ ପୂର୍ଣ୍ଣଛେଦ ପକାଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ କମଲନାଥ ଏବଂ କଂଗ୍ରେସ ସାଧାରଣ ସଂପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ବିବାଦ କିଛି କମ ଦିନର ନୁହେଁ। ତେବେ ଏହି ଦୁଇନେତାଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଥିବା କୁହାଯାଉଛି।

ମୁରୈନା ଜିଲ୍ଲାର ଜୌରାର ବିଧାୟକ ବନବାରଲାଲ ଶର୍ମାଙ୍କ ପରିବାରରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସିନ୍ଧିଆ କାରରେ ବାହାରିଥିଲେ। ହେଲେ ଏହି ବିବାହ ଉତ୍ସବକୁ ମୁଖ୍ୟମନ୍ତ୍ରୀ କମଲନାଥ ବି ଯାଉଥିବାର ଖବର ପାଇ ସିନ୍ଧିଆ କମଲନାଥଙ୍କୁ ଫୋନ୍ କରିଥିଲେ। ଏହାପରେ ସେଦୁହେଁ ଏକା ହେଲିକେପ୍ଟରରେ ଉକ୍ତ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ। ଏହି ଘଟଣାପରେ ଏବେ କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି କି ଦୁଇ ନେତାଙ୍କ ଭିତରେ ସବୁ ଠିକଠାକ୍ ଅଛି।

publive-image image source-OneIndia

ସୂଚନାଯୋଗ୍ୟ, ଜଣେ କଂଗ୍ରେସ ବିଧାୟକ ସୁରେଶ ରଥଖେଡା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବେ ବୋଲି କିଛି ଦିନତଳେ କହିଥିଲେ। ଯଦି ସେ ଦଳ ଛାଡ଼ନ୍ତି ,ତେବେ ସେ ଅନ୍ୟ ପାଟିରେ ସାମିଲ ହେବେ ନାହିଁ । ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ପାର୍ଟି ଗଢ଼ିପାରନ୍ତି ବୋଲି ସୁରେଶ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe