ମହିଳା ଶାଖା ପାଇଁ କଂଗ୍ରେସ ଲଞ୍ଚ୍‌ କଲା ନୂଆ ଲୋଗୋ ଓ ପତାକା; ଚିରାଚରିତ ଢଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

Advertisment
ମହିଳା ଶାଖା ପାଇଁ କଂଗ୍ରେସ ଲଞ୍ଚ୍‌ କଲା ନୂଆ ଲୋଗୋ ଓ ପତାକା; ଚିରାଚରିତ ଢଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଦଳର ମହିଳା ଶାଖା ‘ଅଲ୍‌ ଇଣ୍ଡିଆ ମହିଳା କଂଗ୍ରେସ’ ସକାଶେ ଏକ ନୂଆ ଲୋଗୋ ଓ ପତାକା ଲଞ୍ଚ୍‌ କରି ଦଳୀୟ ମହିଳାଙ୍କୁ ଉତ୍ସର୍ଗ କରିଛନ୍ତି। କଂଗ୍ରେସର ମହିଳା ଶାଖାକୁ ଏହି ଲୋଗୋ ଓ ପତାକା ଏକ ପୃଥକ ପରିଚୟ ପ୍ରଦାନ କରିବ। ଏହି ଏହାର ରଂଗ ଜାତୀୟ ପତାକା ତ୍ରିରଙ୍ଗାର ରଂଗ ପରି।

ଏହି ଲୋଗୋ ଓ ପତାକା ଲଞ୍ଚ୍‌ କରିବା ଅବସରରେ ରାହୁଲ୍‌ ଗାନ୍ଧୀ କହିଛନ୍ତି, ‘ ଦଳର ଲକ୍ଷ ହେଉଛି ମହିଳାମାନଙ୍କ ପ୍ରତିନିଧିତ୍ୱ ପ୍ରତ୍ୟେକ କ୍ଷେତ୍ରରେ ୫୦ ପ୍ରତିଶତ ହେଉ।’

publive-image

ଲଞ୍ଚ୍‌ ଅବସରରେ ରାହୁଲ ଭାରତୀୟ ଜନତା ପାଟି(ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)କୁ ମଧ୍ୟ ଏକ ରକମର ଶସ୍ତ୍ରବିହୀନ ଆକ୍ରମଣ କରିଛନ୍ତି। ‘ବିଜେପି ଓ ଆର୍‌ଏସ୍‌ଏସ୍‌ ସଦସ୍ୟ ଚାହାନ୍ତି ନାହିଁ ଯେ ଦେଶକୁ ମହିଳା ଚଳାନ୍ତୁ’।  ରାହୁଲ ଏପରି ଏକ ଆରୋପ ଲଗାଇ କଂଗ୍ରେସ ଦଳର ମହିଳାଙ୍କ ପ୍ରତି ଥିବା ସମ୍ମାନ ଜଚାଇବାକୁ ଉଦ୍ୟେମ କରିଛନ୍ତି।

ମୋଦିଙ୍କ ଶାସନକାଳ ମଧ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଥିବା ଅଭିଯୋଗ ଲଗାଇ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଅକ୍ଷେପ କରିଛନ୍ତି। ଦୁଷ୍କର୍ମ ମାମଲାଗୁଡ଼ିକରେ ପ୍ରଧାନମନ୍ତ୍ରୀଙ୍କ ନୀରବଦ୍ରଷ୍ଟା ସାଜିବା କଥାକୁ ନେଇ ସେ ଟଟ୍ଟା କରିଛନ୍ତି। ୭୦ ବର୍ଷ ଭିତରେ ମହିଳାଙ୍କ ବିରୋଧରେ ଯେତିକି ଅପରାଧ ହୋଇନଥିଲା ଏହି ୪ ବର୍ଷ ମଧ୍ୟରେ ତା ଠାରୁ ବେଶୀ ହୋଇ ସାରିଲାଣି ବୋଲି କହି ରାହୁଲ ମୋଦିଙ୍କ ଉପରେ ଚିରାଚରିତ ଢଙ୍ଗରେ ଗର୍ଜିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe