କୋଲକାତା: ପଶ୍ଚିମବଙ୍ଗରେ ବିଜୟା ଦଶମୀ ଦିନ ମୂର୍ତ୍ତି ବିସର୍ଜନକୁ ନେଇ ବିବାଦ ଚାଲିଥିବା ବେଳେ ହାଇକୋର୍ଟଙ୍କ ଆଦେଶ ଆସିବା ପରେ ମମତା ବାନାର୍ଜୀଙ୍କ ସରକାରକୁ ଶକ୍ତ ଧକ୍କା ଲାଗିଛି। ମମତା ୨ ସଂପ୍ରଦାୟ ଭିତରେ ପାଚେରି ସୃଷ୍ଟି କରୁଛନ୍ତି। ପୂର୍ବରୁ ମହରମ୍ ଏବଂ ଦୁର୍ଗାପୂଜା ନେଇ ରାଜ୍ୟରେ କେବେ ଏ ପରିସ୍ଥିତି ଉପୁଜି ନଥିଲା ବୋଲି କୋର୍ଟ କହିଛନ୍ତି। ଏ ସଂପର୍କରେ କୋଲକାତା ହାଇକୋର୍ଟ କାଲି ଫଇସଲା ଶୁଣେଇବେ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୂର୍ତ୍ତି ବିସର୍ଜନ ନେଇ ମମତା ବାନାର୍ଜୀ ଏକ ଘୋଷଣା କରିଥିଲେ। ସଂଧ୍ୟା ୬ଟା ସୁଦ୍ଧା ମୂର୍ତ୍ତି ବିସର୍ଜନ କରିବା ପାଇଁ ରାଜ୍ୟ ସରକାର ନିୟମ ଜାରି କରିଥିଲେ। ଏ ନେଇ ରାଜ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା। ପରେ କୋର୍ଟ ଏହି ନିୟମ ବିରୋଧରେ ଯାଇଥିଲେ। ମୁମ୍ବାଇ, ଦିଲ୍ଲୀ ପରି ବଡ଼ ବଡ଼ ସହରଗୁଡ଼ିକରେ ବିସର୍ଜନର ସମୟସୀମା ରାତି ୧୦ ରଖାଯାଇଥିବା ବେଳେ ସଂଧ୍ୟା ୬ଟା ଭିତରେ ବିସର୍ଜନ ପାଇଁ ନିମୟ ଜାରି ଅସଙ୍ଗତ ବୋଲି ଦର୍ଶାଇ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅସ୍ୱୀକାର କରିଛନ୍ତି। ଅନ୍ୟ ରଜ୍ୟଗୁଡ଼ିକ ପରି ପଶ୍ଚିମବଙ୍ଗରେ ବି ରାତି ୧୦ଟା ପର୍ଯ୍ୟନ୍ତ ବିସର୍ଜନ କରାଯାଇ ପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Follow Us