Image Source: Zee News
ମୁମ୍ବାଇ: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଅପେକ୍ଷା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କିଂବା ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ ଉତ୍ତମ ପ୍ରଧାନମନ୍ତ୍ରୀ ହୋଇ ପାରିବେ ବୋଲି ନେସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାଓ୍ଵାର କହିଛନ୍ତି।
ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତ୍କାର ସମୟରେ ସେ କହିଛନ୍ତି: ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନିମନ୍ତେ କଂଗ୍ରେସର ‘ରାହୁଳ’ଙ୍କ ଅପେକ୍ଷା ଅଣ-ଏନ୍ଡିଏର ମମତା, ମାୟା କିଂବା ନାଇଡୁ ଉତ୍ତମ ବିକଳ୍ପ।
ପ୍ରଧାନମନ୍ତ୍ରୀ ହେବାକୁ ଅଭିଳାଷ ରହିଛି ବୋଲି ପ୍ରକାରାନ୍ତରେ ମାୟାବତୀ ସୂଚନା ଦେଇ ସାରିଛନ୍ତି। କିନ୍ତୁ ମମତା ଓ ନାଇଡୁଙ୍କ ଦାବି ଯେ ସେମାନଙ୍କର ଏକମାତ୍ର ଲକ୍ଷ ବିଜେପିକୁ ହରାଇବା, ପ୍ରଧାନମନ୍ତ୍ରୀ ପଦବୀ ନୁହେଁ।
ନିଜକୁ ପ୍ରଧାନମନ୍ତ୍ରୀ ଦୌଡ଼ରୁ ଦୂରେଇ ଦେଇଥିବା ପାଓ୍ଵାର ନିର୍ବାଚନ ପରେ ବିରୋଧୀଙ୍କ ମଧ୍ୟରେ ‘କିଙ୍ଗ୍ମେକର୍’ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି।
ନିର୍ବାଚନ ପରେ ଏନ୍ଡିଏ ଦଳଗୁଡ଼ିକ ସହ ଏନ୍ସିପି ମେଣ୍ଟ କରିପାରେ ବୋଲି ସେ ଇଙ୍ଗିତ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ ଆମ ଦେଶରେ ଉତ୍ତମ ନେତାଙ୍କର ଅଭାବ ନାହିଁ। ନିର୍ବାଚନ ଫଳ ବାହାରିଲେ ଯାହାକୁ ହେଲେ ଆମେ ପ୍ରଧାନମନ୍ତ୍ରୀ ପାଇଁ ମନୋନୀତ କରିବୁ।
Follow Us