ରାଜସ୍ଥାନ: ବିଧାନସଭା ନିର୍ବାଚନ ପାଇଁ ମାୟାବତୀଙ୍କ ନିଷ୍ପତ୍ତି, ସମସ୍ତ ୨୦୦ ଆସନରେ ଓହ୍ଲାଇବେ ‘ବିଏସ୍‌ପି’ର ପ୍ରାର୍ଥୀ

Advertisment
ରାଜସ୍ଥାନ: ବିଧାନସଭା ନିର୍ବାଚନ ପାଇଁ ମାୟାବତୀଙ୍କ ନିଷ୍ପତ୍ତି, ସମସ୍ତ ୨୦୦ ଆସନରେ ଓହ୍ଲାଇବେ ‘ବିଏସ୍‌ପି’ର ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଏସ୍‌ପି ସମସ୍ତ ୨୦୦ଟି ଆସନରେ ପ୍ରାର୍ଥୀ ଦେବ। ମାୟାବତୀଙ୍କ ନିଷ୍ପତ୍ତି ସିଧାସଳଖ କଂଗ୍ରେସ ଉପରେ ପ୍ରଭାବ ପଡ଼ିବ ବୋଲି ରାଜନୀତିଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ଏହା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଆସନ ଭାଗବଣ୍ଟାକୁ ନେଇ ବିଏସ୍‌ପି ଓ କଂଗ୍ରେସ ମଧ୍ୟରେ ବିବାଦ ଦେଖାଯାଇଥିଲା। ଏହା ପରେ ମାୟାବତୀ କଂଗ୍ରେସ ଠାରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇ ମେଣ୍ଟ ଭାଙ୍ଗିଥିଲେ।

ରାଜସ୍ଥାନରେ ବହୁଜନ ସମାଜ ପାର୍ଟିର ରାଜ୍ୟ ଉପ-ସଭାପତି ଡୁଙ୍ଗରରାମ ଗେଦର କହିଛନ୍ତି, ଆମେ ପ୍ରସ୍ତୁତି ପାଇଁ ଲାଗି ପଡ଼ିଛୁ। ଆମର ପ୍ରାର୍ଥୀ ୨୦୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଏସ୍‌ପି ରାଜ୍ୟ ଅଧ୍ୟକ୍ଷ କହିଛନ୍ତି, ୨୦୧୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୯୫ ଆସନରେ ପ୍ରାର୍ଥୀ ଓହ୍ଲାଇଥିଲେ। ଏଥିରେ ଦଳର ୩ ଜଣ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇଥିଲେ। ସେ କହିଛନ୍ତି, ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଖୁବ ଶୀଘ୍ର ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe