ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ପଡ଼ୋଶୀ ଝାଡଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ୧୩ ନଭେମ୍ବରରେ ହେବାକୁ ଥିବା ୪୩ଟି ବିଧାନସଭା ଆସନରୁ ୧୪ଟିରେ ଓଡ଼ିଆଙ୍କ ପ୍ରଭାବ ରହିଛି। ଏହିସବୁ ନିର୍ବାଚନ ମଣ୍ଡଳୀରେ ଓଡ଼ିଆ ନେତାମାନେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଭିଭିନ୍ନ ରାଜନୈତିକ ସମାବେଶରେ ସାମିଲ ହେଉଛନ୍ତି।
ଏହି ଖବର ପଢ଼ନ୍ତୁ: ଝାଡ଼ଖଣ୍ଡ ନିର୍ବାଚନ: ନିର୍ଣ୍ଣାୟକ ହେବେ ଓଡ଼ିଆ
ଷଢେଇକଳା, ଚକ୍ରଧରପୁର, ଚାଇଁବସା, ଜଗନ୍ନାଥପୁର, ମାଜଗାଁ, ପୋଟକା, ଜାମସେଦପୁର(ପୂର୍ବ) ଓ ଜାମସେଦପୁର (ପଶ୍ଚିମ) ପ୍ରମୁଖ ବିଧାନସଭା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ନେତାମାନେ ଡେରା ପକାଇଥିବା ଦେଖିବାକୁ ମିଳୁଛି। ମୟୂରଭଂଜ ଜିଲ୍ଲାର ଲୋକସଭା ସାଂସଦ ନବଚରଣ ମାଝୀଙ୍କ ସମେତ ସମସ୍ତ ୯ ଜଣ ବିଜେପି ବିଧାୟକଙ୍କ ସମେତ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମଙ୍କ ସମେତ ବହୁ ବିଜେପି ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଧର୍ମପତ୍ନୀ ମୀରା ମୁଣ୍ଡା ଯିଏକି ପୋଟକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର କରୁଛନ୍ତି।
ଏହି ଖବର ପଢ଼ନ୍ତୁ: ନୀଳଗିରି ମୁହାଁ ହେଲେ ୩୯ହାତୀ
ସେହିପରି ପୋଟକା ନିର୍ବାଚନ ମଣ୍ଡଳୀର ଜେଏମଏମର ପୂର୍ବତନ ଯୁବ ବିଧାୟକ ସଂଜୀବ ସର୍ଦ୍ଦାର, ଯିଏକି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଜାମବଣୀ ଗ୍ରାମରେ ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ଓଡିଆରେ ଶିକ୍ଷା ଲାଭ କରି ପରବର୍ତୀ ସମୟରେ ଝାଡଖଣ୍ଡ ରାଜ୍ୟରେ ପାଠପଢି ଶିକ୍ଷକତା କରୁଥିଲେ। ପରେ ସେ ରାଜନିତୀକୁ ଯାଇ ପ୍ରଥମେ ଜିଲ୍ଲା ପରିଷଦ ସଭ୍ୟ, ଦ୍ୱିତିୟରେ ବି ଜିଲ୍ଲା ପରିଷଦ, ତୃତୀୟରେ ପଟକା ନିର୍ବଚାନ ମଣ୍ଡଳୀରୁ ଜେମଏମଏମ୍ ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ଲଢି ବିଜେପି ପ୍ରାର୍ଥୀଙ୍କଠାରୁ ଅଳ୍ପ ଭୋଟ୍ରେ ହାରିଥିଲେ।
ଏହି ଖବର ପଢ଼ନ୍ତୁ:ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର: ମଙ୍ଗଧରିଛନ୍ତି ଓଡ଼ିଆ ଆଦିବାସୀ ନେତା
ତେବେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ପୋଟକା ନିର୍ବାଚନ ମଣ୍ଡଳୀରୁ ଜେଏମଏମ୍ରୁ ବିଧାୟକ ହୋଇଥିଲେ। ଏଣୁ ଦଳ ତାଙ୍କୁ ପୁଣିଥରେ ଭରସା କରି ଟିକଟ ଦେଇଛି। ଚଳିତ ନିର୍ବାଚନରେ ଜେଏମଏମର ପୂର୍ବତନ ବିଧାୟକ ସଂଜୀବ ସର୍ଦ୍ଦାର ଓ ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ମୀରା ମୁଣ୍ଡାଙ୍କ ମଧ୍ୟରେ କୋଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ଶ୍ରୀ ସର୍ଦ୍ଦାର ପାଇଁ ମଧ୍ୟ ଜେଏମଏମର ଓଡ଼ିଶା ରାଜ୍ୟ ସଭାପତି ଅଞନୀ ସୋରେନଙ୍କ ସମେତ ରାଇରଙ୍ଗପୁର ଅଂଚଳର ବହୁ ଓଡ଼ିଆ ପ୍ରଚାର କରୁଥିୁବା ଦେଖିବାକୁ ମିଳିଛି। ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ରାଇରଙ୍ଗପୁର ଅଂଚଳର ବିଜେପି ଓ ଜେଏମଏମର ବହୁ କର୍ମୀ ଡେରା ପକାଇଥିବା ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ମହାରାଷ୍ଟ୍ରରେ ଏହି ଦଳ ଜିତିବା ଜରୁରୀ