ବିଚ୍‌ ରାସ୍ତା ଉପରେ ନିଜ ବିପକ୍ଷ ପ୍ରାର୍ଥୀଙ୍କ ସହ ଯୁକ୍ତିତର୍କ କଲେ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ: ଭିଡିଓ ହେଲା ଭାଇରାଲ

Advertisment
ବିଚ୍‌ ରାସ୍ତା ଉପରେ ନିଜ ବିପକ୍ଷ ପ୍ରାର୍ଥୀଙ୍କ ସହ ଯୁକ୍ତିତର୍କ କଲେ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ: ଭିଡିଓ ହେଲା ଭାଇରାଲ

ANI

ସୁଲତାନପୁର (ଉତ୍ତରପ୍ରଦେଶ): ସୁଲତାନପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ଓ ତାଙ୍କ ବିପକ୍ଷରେ ଲଢ଼ୁଥିବା ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ସୋନୁ ସିଂହଙ୍କ ମଧ୍ୟରେ ବିଚ୍‌ ସଡ଼କ ଉପରେ କଥା କଟାକଟି ସହ ପ୍ରବଳ ଯୁକ୍ତିତର୍କ ହେବା ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିବା ସହ ଏହାକୁ କେନ୍ଦ୍ରକରି ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଆଜି ଅନୁଷ୍ଠିତ ହେଉଥିବା ଷଷ୍ଠ ପର୍ଯ୍ୟାୟ ମତଦାନରେ ସୁଲତାନପୁର ଲୋକସଭା ଆସନ ପାଇଁ ମତଗ୍ରହଣ କରାଯାଉଛି। ମତଦାନ କାଳରେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମାନେକା ଗାନ୍ଧୀ ଓ ସୋନୁ ସିଂହ ହଠାତ୍‌ ଗୋଟିଏ ମତଦାନ କେନ୍ଦ୍ଟାଭେଟି ହୋଇ ଯାଇଥିଲେ। ମତଦାନ କେନ୍ଦ୍ର ନିକଟରେ ପ୍ରତଦ୍ୱନ୍ଦ୍ୱୀ ସୋନୁ ସିଂହଙ୍କୁ ତାଙ୍କ ସମର୍ଥକମାନଙ୍କ ଗହଣରେ ଦେଖିବା ପରେ ମାନେକା ଗାନ୍ଧୀ ତାଙ୍କ ନିକଟକୁ ଝପଟି ଯାଇ ତାଙ୍କ ସହ ଯୁକ୍ତିତର୍କ କରିଥିଲେ।

ଭୋଟରମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଗୁଣ୍ଡାମାନଙ୍କୁ ସଙ୍ଗରେ ଧରି ସୋନୁ ସିଂହ ଭୋଟରମାନଙ୍କୁ ଧମକ ଦେଉଥିବା ଅଭିଯୋଗ କରି ମାନେକା ଗାନ୍ଧୀ ତାଙ୍କ ସହ ବିଚ୍‌ରାସ୍ତା ଉପରେ କଥା କଟାକଟି ଓ ଯୁକ୍ତତର୍କ ଆରମ୍ଭ କରି ଦେଇଥିଲେ। ସୋନୁ ସିଂହ ମଧ୍ୟ ମାନେକା ଗାନ୍ଧୀଙ୍କୁ ଛାଡ଼ି ନଥିଲେ। ଏହି ଘଟଣା ଦେଖି ସାଧାରଣ ଜନତା ସେଠାରେ ରୁଣ୍ଡ ହୋଇ ସୋନୁ ସଂହଙ୍କ ସପକ୍ଷରେ ନାରାବାଜି କରିବା ପରେ ମାନେକା ଗାନ୍ଧୀ ଘଟଣାସ୍ଥଳ ଛାଡ଼ି ପଳାଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe