ଭୁବନେଶ୍ୱର : ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଇଆରସି ଭିଲେଜର ସାଇ ମନ୍ଦିର ନିକଟ ଜଗନ୍ନାଥ କ୍ଲବରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ କର୍ପୋରେଟର ପ୍ରାର୍ଥିନୀ ସାଗରିକା ମେକପ୍, ଅନାମ ଚନ୍ଦ୍ର ପ୍ରଧାନ, ଭୋଳାନାଥ ଦିଗଲ ପ୍ରମୁଖ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଦଳରେ ଗ୍ରହଣ କରିନେଇଥିଲେ। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନ୍ର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାଶଙ୍କ ସଭାପତିତ୍ୱରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବସ୍ତିବାସିନ୍ଦାମାନଙ୍କ ସମସ୍ୟା ସଂପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଥିଲେ। ସମ୍ମିଳନୀରେ ଦଳର ବରିଷ୍ଠ ନେତା କିଶୋର ପଟେଲ, ସୁରେଶ କୁମାର ରାଉତରାୟ, ଅମର ପ୍ରଧାନ, ଶ୍ରୀମତୀ ରଶ୍ମି ମହାପାତ୍ର ପ୍ରମୁଖ କର୍ମୀମାନଙ୍କୁ ଏକଜୁଟ ହୋଇ କାମ କରିବା ପାଇଁ ଆହ୍ଵାନ ଦେଇଥିଲେ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
Advertisment
Follow Us