ମୋଦି ସାରା ବିଶ୍ୱ ବୁଲି ସମସ୍ତଙ୍କୁ ଆଲିଙ୍ଗନ କରନ୍ତି, ନିଜ ଲୋକଙ୍କୁ କରନ୍ତି ନାହିଁ: ପ୍ରିୟଙ୍କା ଗାନ୍ଧୀ

ମୋଦି ସାରା ବିଶ୍ୱ ବୁଲି ସମସ୍ତଙ୍କୁ ଆଲିଙ୍ଗନ କରନ୍ତି, ନିଜ ଲୋକଙ୍କୁ କରନ୍ତି ନାହିଁ: ପ୍ରିୟଙ୍କା ଗାନ୍ଧୀ

Catch Hindi

ଅଯୋଧ୍ୟା: ପ୍ରତିଥର ପରି ଏଥର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ କଥା ତୀରରେ ଘାଇଲା କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ପ୍ରିୟଙ୍କା ମୋଦିଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି କହିଛନ୍ତି କି ‘ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ସାରା ବୁଲି ବୁଲି ସମସ୍ତଙ୍କୁ ଆଲିଙ୍ଗନ କରନ୍ତି କିନ୍ତୁ ନିଜ ଲୋକଙ୍କୁ ଆଲିଙ୍ଗନ କରନ୍ତି ନାହିଁ। ନିଜ ଦେଶ ଭାରତର ଲୋକଙ୍କୁ ଏପରି ବ୍ୟବହାର କରନ୍ତି ନାହିଁ।’

‘ପ୍ରଧାନମନ୍ତ୍ରୀ ଆମେରିକା, ଜାପାନ, ଚୀନ ଆଦି ସବୁଆଡ଼େ ଯାଇ ସେଠାକାର ଲୋକଙ୍କୁ ଆଲିଙ୍ଗନ କରି ପକାଉଛନ୍ତି। ସେ ପୂରା ବିଶ୍ୱ ବୁଲି ସାରିଲେଣି। ପୂରା ବିଶ୍ୱକୁ ଆଲିଙ୍ଗନ କରି ସାରିଲେଣି। ମାତ୍ର ସେ ତାଙ୍କ ନିଜ ଲୋକଙ୍କୁ ଏପର୍ଯ୍ୟନ୍ତ ଆଲିଙ୍ଗନ କରିନାହାନ୍ତି।’ ପ୍ରିୟଙ୍କା ଅଯୋଧ୍ୟାଠାରେ ତାଙ୍କ ରାଲିରେ ସମ୍ବୋଧନ କଲା ବେଳେ ଏପରି କହିଛନ୍ତି।

publive-image DailyO

ସେ ଆହୁରି ବି କହିଛନ୍ତି ଯେ ସେ ଏ କଥାକୁ ନେଇ ଚକିତ ହୋଇଛନ୍ତି ଯେ ମୋଦି ସାରା ଦୁନିଆ ବୁଲି ବୁଲି ନିଜ ଲୋକପ୍ରିୟତା ବଢ଼ାଇଛନ୍ତି। ମାତ୍ର ନିଜ ବାରଣାସୀ ନିର୍ବାଚନ ମଣ୍ଡଳୀରେ ଥିବା ନିଜ ଗାଁକୁ ଏଯାଏ ମୋଦି ବୁଲି ଦେଖିନାହାନ୍ତି। ପ୍ରିୟଙ୍କା କହିଛନ୍ତି ଯେ ସେ ବାରଣାସୀର ଲୋକଙ୍କ ମୁହଁରୁ ଏକଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ମୋଦି ନିଜ ନିର୍ବାଚନ ମଣ୍ଡଳୀକୁ ଏଯାଏ ଯାଇ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ମଝିରେ ମଝିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଚାଞ୍ଚଲ୍ୟକର ବୟାନ ଦେବାରେ ମାହିର୍‌। ପୂର୍ବରୁ ମୋଦିଙ୍କ ‘ଚୌକିଦାର’ ପ୍ରଚାରକୁ ଥଟ୍ଟା କରି କହିଥିଲେ କି ସେ ଚୌକିଦାର କେବଳ ଧନୀ ଲୋକଙ୍କ ପାଇଁ, ଗରିବ-କୃଷକଙ୍କ ପାଇଁ ନୁହଁନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe