ନରେନ୍ଦ୍ର ମୋଦୀ ସରକାରରେ ପଶ୍ଚିମବଙ୍ଗର ଅନ୍ୟ ସାଂସଦଙ୍କୁ ପଦ ମିଳିବ: ବିଜେପି

Advertisment
ନରେନ୍ଦ୍ର ମୋଦୀ ସରକାରରେ ପଶ୍ଚିମବଙ୍ଗର ଅନ୍ୟ ସାଂସଦଙ୍କୁ ପଦ ମିଳିବ: ବିଜେପି

Zee news

କୋଲକାତା: ମୋଦୀ ସରକାରରେ ବର୍ତ୍ତମାନ ପଶ୍ଚିମବଙ୍ଗର ୨ ଜଣ ସାଂସଦଙ୍କୁ ପଦ ମିଳିଛି କିନ୍ତୁ ଆଗାମୀ ଦିନରେ ଏହି ସଂଖ୍ୟା ବଢ଼ିବ। ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଦିଲୀପ ଘୋଷ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ଗତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ବଡ଼ ପ୍ରଦର୍ଶନରେ ଦଳର ବରିଷ୍ଠ ନେତା ମୁକୁଲ ରୟଙ୍କ ବଡ଼ ଭୂମିକା ଥିଲା। ମୁକୁଲ ରାୟ ଦଳୀୟ ସାଂସଦଙ୍କୁ ଧୈର୍ଯ୍ୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପଶ୍ଚିବବଙ୍ଗରୁ ଆହୁରି କିଛି ସାଂସଦଙ୍କୁ ସ୍ଥାନ ମିଳିବ।

ବର୍ତ୍ତମାନ ପରିପ୍ରେକ୍ଷୀରେ ୨ ଜଣ ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିଥିବା ବେଳେ ଭବିଷ୍ୟତରେ ଆହୁରି କିଛି ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ଘୋଷ କହିଛନ୍ତି। ନୂଆଦିଲ୍ଲୀରେ ଗୁରୁବାର ଆୟୋଜିତ ମୋଦୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟର ୨ ଜଣ ସାଂସଦ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବବୁଲ ସୁପ୍ରିଓଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ମିଳିଥିବା ବେଳେ ଦେବଶ୍ରୀ ଚୌଧୁରୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟରେ ସ୍ଥାନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe