ଆମ ଅପେକ୍ଷା ଏହି ନିର୍ବାଚନରେ ‘ବିଜେପି’କୁ ଜିତାଇବାକୁ ଜନସାଧାରଣ ଅଧିକ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisment
ଆମ ଅପେକ୍ଷା ଏହି ନିର୍ବାଚନରେ ‘ବିଜେପି’କୁ ଜିତାଇବାକୁ ଜନସାଧାରଣ ଅଧିକ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Image Courtesy of ABP Live

ଡେରାଡୁନ୍‌: ଆମ ଅପେକ୍ଷା ଏହି ନିର୍ବାଚନରେ ‘ବିଜେପି’କୁ ଜିତାଇବାକୁ ଜନସାଧାରଣ ଅଧିକ ପ୍ରତିବଦ୍ଧ ବୋଲି ଆଜି ଉତ୍ତରାଖଣ୍ଡର ଅଲମୋରାରେ ଆୟୋଜିତ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ‘ବିଜେପି’ ରେକର୍ଡ ସଂଖ୍ୟାରେ ଜିଣିବ ବୋଲି ଗତକାଲି ଉତ୍ତର ପ୍ରଦେଶ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ସ୍ପଷ୍ଟ ହୋଇଯାଇଛି। ଆମ ଅପେକ୍ଷା ଏହି ନିର୍ବାଚନରେ ‘ବିଜେପି’କୁ ଜିତାଇବାକୁ ଜନସାଧାରଣ ଅଧିକ ପ୍ରତିବଦ୍ଧ। ଭୋଟ୍‌ଦାତାମାନେ ଉତ୍ତମ ଉଦ୍ଦେଶ୍ୟ ଥିବା ଦଳକୁ କଦାପି ପରିହାର କରନ୍ତି ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏ ଦଶନ୍ଧି ହେଉଛି ଉତ୍ତରାଖଣ୍ଡର। ଏ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ନିକଟରେ, ଏହି ରାଜ୍ୟରେ ୧୭,୦୦୦ କୋଟି ଟଙ୍କାର ପ୍ରକଳ୍ପ ସବୁ ଉଦ୍‌ଘାଟିତ ହୋଇଛି। ସବୁ ପାଗ ପାଇଁ ସୁବିଧାଜନକ ଚାର୍‌ ଧାମ୍‌ ସଡ଼କ ଟନକପୁର-ପିଥୋରାଗଡ଼ ଅଞ୍ଚଳକୁ ଉପକୃତ କରିବ।

publive-image Image Courtesy of Zee News

ମୁଁ ଉତ୍ତରାଖଣ୍ଡବାସୀଙ୍କ କ୍ଷମତା, ମହତ୍‌ ଉଦ୍ଦେଶ୍ୟ, ନିଷ୍ଠାପରତା କଥା ଜାଣିଛି। ପାର୍ବତ୍ୟ ଅଞ୍ଚଳରେ ‘ରୋପ୍‌ୱେ’ ନିର୍ମାଣ ପାଇଁ ଚଳିତ କେନ୍ଦ୍ର ବଜେଟ୍‌ରେ ଆମେ ‘ପ୍ରବର୍ତ୍ତନମାଳା ଯୋଜନା’ ପ୍ରସ୍ତାବ ରଖିଛୁ। ଏହି ରାଜ୍ୟରେ ଆମେ ଆଧୁନିକ ସଡ଼କପଥ ଏବଂ ପରିବହନ ଭିତ୍ତିଭୂମି ନିର୍ମାଣ କରିବୁ।

ଏହାଛଡ଼ା, ରାହୁଲ୍‌ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଦେଖନ୍ତୁ କଂଗ୍ରେସର ଅବସ୍ଥା କ’ଣ? କେବଳ ଭାଇଭଉଣୀ ଦୁହେଁ ପ୍ରଚାର କରୁଛନ୍ତି। ଦଳରେ ତାଙ୍କର କ’ଣ ଆଉ କୌଣସି ନେତା ନାହାନ୍ତି? ଆଜି ତାଙ୍କ ନିଜ ନେତାମାନେ ମଧ୍ୟ ତାଙ୍କ ଦଳରେ ରହିବାକୁ ଚାହୁଁନାହାନ୍ତି। ଏଭଳି ପରିସ୍ଥିତିରେ ସେମାନେ ଆପଣମାନଙ୍କୁ କ’ଣ ଦେବେ?

ସୂଚନାଯୋଗ୍ୟ, ଫେବ୍ରୁଆରି ୧୪ରେ ଉତ୍ତରାଖଣ୍ଡ ନିର୍ବାଚନ ହେବ ଏବଂ ମାର୍ଚ ୧୦ ତାରିଖରେ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe