ଚଳିତବର୍ଷ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ଅଧିକ ନାରୀ ମତଦାନ କରିଛନ୍ତି

ଚଳିତବର୍ଷ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ଅଧିକ ନାରୀ ମତଦାନ କରିଛନ୍ତି

ସିମ୍‌ଲା: ଚଳିତବର୍ଷ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ଅଧିକ ନାରୀ ମତଦାନ କରିଛନ୍ତି ବୋଲି ଜାଣିବାକୁ ମିଳିଛି। ସମୁଦାୟ ୭୪.୬୧ ପ୍ରତିଶତ ନାରୀ ମତଦାନ କରିଥିବାର ରେକର୍ଡ ରହିଛି। ସମୁଦାୟ ୧୯, ୧୦, ୫୮୨ ଜଣ ମହିଳା ମତଦାତା ମତଦାନ କରିଥିବା ବେଳେ ୧୮,୧୧, ୦୬୧ ଜଣ ପୁରୁଷ ମତଦାନ କରିଥିବା ଜାଣିବାକୁ ମିଳିଛି। ଜାଣି ରଖନ୍ତୁ ଯେ, କଙ୍ଗ୍ରା ଜିଲ୍ଲାର ପୁରୁଷ ମତଦାତାଙ୍କ ସଂଖ୍ୟା ୩,୯୬, ୨୦୮ ରହିଥିବା ବେଳେ ମହିଳା ମତଦାତ୍ରୀଙ୍କ ସଂଖ୍ୟା ରହିଛି ୪,୬୧, ୨୭୮ ଜଣ। ସେହିପରି ମାଣ୍ଡି ଜିଲ୍ଳାରେ ସମୁଦାୟ ୨,୭୧,୭୨୫ ଜଣ ପୁରୁଷ ମତଦାନ କରିଥିବା ବେଳେ ୨,୯୬,୮୯୮ ଜଣ ମହିଳା ମତଦାନ କରିଛନ୍ତି। ଜାଣିବାକୁ ମିଳିଛି ଯେ ସମୁଦାୟ ୧୪ଟି ନିର୍ବାଚନ ମଣ୍ଡଳିରେ ପୁରୁଷଙ୍କ ଅପେକ୍ଷା ନାରୀମାନେ ଅଧିକାଂଶ ସଂଖ୍ୟାରେ ମତଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନଭେମ୍ବର ୯ ତାରିଖରେ ହିମାଚଳ ପ୍ରଦେଶ ନିର୍ବାଚନ ହୋଇଯାଇଛି। ଡିସେମ୍ବର ୧୮ ତାରିଖରେ ଫଳାଫଳ ବାହାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe