ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୫ ଲକ୍ଷ ଟଙ୍କା ଓ ଅଚ୍ଛେ ଦିନ୍‌ ପ୍ରତିଶ୍ରୁତିକୁ ବଦ୍ରୂପ କରି ଲାଲୁଙ୍କ ଭିଡିଓ: ମୁଫ୍‌ତ୍‌ ମେଁ ଲେଲୋ

Advertisment
ଏକାଦଶ ଥର ପାଇଁ ଆରଜେଡି ସଭାପତି ନିର୍ବାଚିତ ହେଲେ ଲାଲୁ

Image Courtesy of India Today

ନୂଆଦିଲ୍ଲୀ: ଶନିବାର ଦିନ କାରାଦଣ୍ଡ ଭୋଗୁଥିବା ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ୨୦୧୪ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥବା ପ୍ରତିଶ୍ରୁତିର ଭିଡିଓକୁ ଡବ୍‌ସ୍ମାସ୍‌ କରି ଟୁଇଟ୍‌ କରିଛନ୍ତି।

୧୭ ସେକେଣ୍ଡ୍‌ର ଏଇ ଭିଡିଓରେ ଧୂସର ଜାମା ପରିହିତ ଲାଲୁ ୨୦୧୪ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଅଚ୍ଛେ ଦିନ୍‌ ସ୍ଲୋଗାନ୍‌ ସହ ପାଟି ମିଶାଉଥିବା ଦେଖାଯାଉଛି।


ହିନ୍ଦୁସ୍ତାନ୍‌ କେ ଏକ୍‌ ଏକ୍‌ ଗରୀବ୍‌ ଆଦ୍‌ମି କୋ ମୁଫ୍‌ତ୍‌ ମେଁ ୧୫-୨୦ ଲାଖ୍‌ ରୁପୟେ ମିଲ୍‌ ହି ଯାଏଙ୍ଗେ। ଅର୍ଥାତ୍‌ ଭାରତର ପ୍ରତି ଗରିବ ଲୋକ ମାଗଣାରେ ୧୫-୨୦ ଲକ୍ଷ ଟଙ୍କା ମିଳିବ। ଭିଡିଓରେ ଲାଲୁ ପାଟି ମିଳାଉଥିବା ବେଳେ ରେକର୍ଡିଙ୍ଗ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଏ କଥା କହୁଥିବାର ଶୁଣାଯାଉଛି।

ଏହି ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ୨୦୧୪ର ସ୍ଲୋଗାନ୍‌ ’ଅଚ୍ଛେ ଦିନ୍‌’ ଏବଂ ତାଙ୍କର ପ୍ରସିଦ୍ଧ ‘ଭାଇଓ ଔର୍‌ ବେହେନୋ’ ରହିଛି। ଡବ୍‌ସ୍ମାସ୍‌ ଭିଡିଓର ନାଁ: ମୁଫ୍‌ତ୍‌ ମେଁ ଲେଲୋ ୧୫ ଲକ୍ଷ, ଅଛେ ଦିନ୍‌ ଔର୍‌ ଜୁମ୍‌ଲା।

କେବେ ଓ କେଉଁଠି ଏହି ଡସ୍‌ସ୍ମାସ୍‌ ଭିଡିଓ ସୁଟିଙ୍ଗ୍‌ ହେଲା ତାହା ସ୍ପଷ୍ଟ ହୋଇନାହିଁ। ଶନିବାର ଦିନ ଏଇଟି ଲାଲୁଙ୍କ ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ଅପ୍‌ଲୋଡ୍‌ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe