‘ବିଜେପି’ରେ ଯୋଗ ଦେଲେ ମୁଲାୟମ୍‌ଙ୍କ ବୋହୂ ଅପର୍ଣ୍ଣା; କହିଲେ, ପ୍ରଧାନମନ୍ତ୍ରୀଙ୍କଦ୍ବାରା ସର୍ବଦା ଅନୁପ୍ରାଣିତ

Advertisment
‘ବିଜେପି’ରେ ଯୋଗ ଦେଲେ ମୁଲାୟମ୍‌ଙ୍କ ବୋହୂ ଅପର୍ଣ୍ଣା; କହିଲେ, ପ୍ରଧାନମନ୍ତ୍ରୀଙ୍କଦ୍ବାରା ସର୍ବଦା ଅନୁପ୍ରାଣିତ

Image Courtesy of ABP Live

ନୂଆଦିଲ୍ଲୀ: ଆଜି ସମାଜବାଦୀ ପାର୍ଟିର ସୁପ୍ରିମୋ ମୁଲାୟମ୍‌ ସିଂହ ଯାଦବଙ୍କ ବୋହୂ ଅପର୍ଣ୍ଣ ଯାଦବ ‘ବିଜେପି’ରେ ଯୋଗ ଦେଇଛନ୍ତି। ‘ବିଜେପି’ରେ ଯୋଗ ଦେବା ବେ‌ଳେ ଅପର୍ଣ୍ଣା କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା ସେ ସଦାସର୍ବଦା ଅନୁପ୍ରାଣିତ।

ସାମିଲ ହେବାକୁ ସୁଯୋଗ ଦେଇଥିବାରୁ ଅପର୍ଣ୍ଣା ‘ବିଜେପି’କୁ ଧନ୍ୟବାଦ ଜ୍ଞାପନ କରି କହିଛନ୍ତି, ମୋ ପାଇଁ ଦେଶ ଆଗ। ଦେଶ ସେବା କରିବାକୁ ମୁଁ ବାହାରି ଆସିଛି।

ଅପର୍ଣ୍ଣା ହେଉଛନ୍ତି ମୁଲାୟମ୍‌ ସିଂହ ଯାଦବଙ୍କ ସାନପୁଅ ପ୍ରତୀକଙ୍କ ପତ୍ନୀ। ଆଜି ସେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ‘ବିଜେପି’ ରାଜ୍ୟ ସଭାପତି ସ୍ବତନ୍ତ୍ର ଦେବ ସିଂହଙ୍କ ଉପସ୍ଥିତିରେ ‘ବିଜେପି’ରେ ଯୋଗ ଦେଇଛନ୍ତି।

publive-image Image Courtesy of India Today

ସୂଚନାଯୋଗ୍ୟ, ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅପର୍ଣ୍ଣା ସମାଜବାଦୀ ପାର୍ଟି ଟିକେଟ୍‌ରେ ଲକ୍ଷ୍ନୌ କ୍ୟାଣ୍ଟନ୍‌ମେଣ୍ଟ୍‌ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ, ‘ବିଜେପି’ ପ୍ରାର୍ଥିନୀ ରୀତା ବହୁଗୁଣାଙ୍କ ଠାରୁ ସେ ୩୩,୭୯୬ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ।

ଅପର୍ଣ୍ଣା ‘ବିଜେପି’ରେ ଯୋଗ ଦେଉଛନ୍ତି ବୋଲି ମିଳୁଥିବା ଉଡ଼ା ଖବରକୁ ପୂର୍ବରୁ ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଖଣ୍ଡନ କରିଥିଲେ। ସେ କହିଥିଲେ, ମୋ ଅପେକ୍ଷା ‘ବିଜେପି’ ମୋ ପରିବାର ଯୋଗୁଁ ଚିନ୍ତିତି। ‘ବିଜେପି’ଦ୍ବାରା ପ୍ରେରିତ ହୋଇ କ’ଣ ଆପଣମାନେ ମୋତେ ଏ କଥା ପଚାରୁଛନ୍ତି?

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୦ ଏବଂ ୧୪ରେ ହେବାକୁ ଥିବା ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଶନିବାର ଦିନ ‘ବିଜେପି’ ୧୦୭ଜଣ ପ୍ରାର୍ଥୀଙ୍କର ତାଲିକା ପ୍ରକାଶ କରିଥିଲା। ସେଥିରେ ୧୬ ଜାଟ୍‌ଙ୍କ ସମେତ ପ୍ରାୟ ୪୪ଜଣ ଅନ୍ୟାନ୍ୟ ପଛୁଆବର୍ଗର ପ୍ରାର୍ଥୀ, ୪୩ଜଣ ଉଚ୍ଚବର୍ଗର ପ୍ରାର୍ଥୀ ଏବଂ ୧୯ଜଣ ଅନୁସୂଚୀତ ବର୍ଗର ପ୍ରାର୍ଥୀଙ୍କ ନାମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe