‘ବିଜେପି’ରେ ଯୋଗ ଦେଲେ ମୁଲାୟମ୍‌ ସିଂହଙ୍କ ସଡୁ ପ୍ରମୋଦ ଗୁପ୍ତା

Advertisment
‘ବିଜେପି’ରେ ଯୋଗ ଦେଲେ ମୁଲାୟମ୍‌ ସିଂହଙ୍କ ସଡୁ ପ୍ରମୋଦ ଗୁପ୍ତା

Image Courtesy of India Today

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ତଥା ସମାଜବାଦୀ ପାର୍ଟିର ନେତା ମୁଲାୟମ୍‌ ସିଂହ ଯାଦବଙ୍କ ସଡୁ ଆଜି ‘ବିଜେପି’ରେ ଯୋଗ ଦେଇଛନ୍ତି। ପ୍ରମୋଦ ଗୁପ୍ତା ହେଉଛନ୍ତି ମୁଲାୟମ ସିଂହ ଯାଦବଙ୍କ ଦ୍ବିତୀୟ ପତ୍ନୀ ସାଧନା ଯାଦବଙ୍କ (ଗୁପ୍ତା) ଭିଣୋଇ। ମୁଲାୟମ୍‌ଙ୍କ ସାନବୋହୂ ଅପର୍ଣ୍ଣା ଯାଦବ ‘ବିଜେପି’ରେ ଯୋଗ ଦେବାର ଦିନକ ପରେ ସଡୁ ପ୍ରମୋଦ ମଧ୍ୟ ଗୈରିକ ଦଳରେ ଯୋଗ ଦେଇଛନ୍ତି।

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମୁଲାୟମ୍‌ ସିଂହ ଯାଦବଙ୍କୁ ବନ୍ଦୀ କରିଛନ୍ତି ବୋଲି ପ୍ରମୋଦ ଯାଦବ ଅଭିଯୋଗ କରିବା ସହ କହିଛନ୍ତି ଯେ, ସମ୍ପ୍ରତି ଦଳରେ ତାଙ୍କର ପରିସ୍ଥିତି ଅତି ଖରାପ।

ସେ ଆହୁରି ମଧ୍ୟ କହିଛନ୍ତି, ସାମଜବାଦୀ ପାର୍ଟିରେ ଅପରାଧୀ ଏବଂ ଜୁଆଡ଼ିମାନଙ୍କୁ ସାମିଲ କରାଯାଉଛି।

publive-image Image Courtesy of Dainik Bhaskar

ଉଲ୍ଲେଖଯୋଗ୍ୟ, ‘ବିଜେପି’ରେ ଯୋଗ ଦେବା ପରେ ଅପର୍ଣ୍ଣା ଯାଦବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା ସେ ସଦାସର୍ବଦା ଅନୁପ୍ରେରିତ ହୋଇ ଆସୁଥିଲେ।

ସୂଚନାଯୋଗ୍ୟ, ଫେବ୍ରୁଆରି ୧୦ରୁ ମାର୍ଚ ୧୭ ମଧ୍ୟରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଆୟୋଜନ କରାଯାଉଛି। ମାର୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ଶନିବାର ଦିନ ‘ବିଜେପି’ ଫେବ୍ରୁଆରି ୧୦ ଏବଂ ୧୪ ତାରିଖରେ ହେବାକୁ ଥିବା ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦୭ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ୧୬ଜଣ ଜାଟ୍‌ଙ୍କ ସମେତ ଏଥିରେ ପ୍ରାୟ ୪୪ ଜଣ ‘ଓବିସି’, ୪୩ଜଣ ଉଚ୍ଚ ଜାତି ଏବଂ ୧୯ଜଣ ଅନୁସୂଚିତ ଜାତିର ପ୍ରାର୍ଥୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe