ଦାମଙ୍କ ମନ୍ତବ୍ୟ ପରେ ଟ୍ଵିଟ୍‌ କଲେ ନବୀନ: ବିଜେଡି କଂଗ୍ରେସ ଏବଂ ଭାଜପା ଠାରୁ ସମଦୂରତ୍ୱରେ ରହିଛି

Advertisment
ଦାମଙ୍କ ମନ୍ତବ୍ୟ ପରେ ଟ୍ଵିଟ୍‌ କଲେ ନବୀନ: ବିଜେଡି କଂଗ୍ରେସ ଏବଂ ଭାଜପା ଠାରୁ ସମଦୂରତ୍ୱରେ ରହିଛି

ଭୁବନେଶ୍ୱର: ବିଜୁ ଜନତା ଦଳର ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସୋମବାର ଭାରତୀୟ ଜନତା ପାର୍ଟି ପରି ଏକ ସାମ୍ପ୍ରଦାୟିକ ଦଳକୁ ରାଜ୍ୟରେ କ୍ଷମତା ଠାରୁ ଦୂରରେ ରଖିବା ପାଇଁ ବିଜେଡି କଂଗ୍ରେସ ସହିତ ମେଣ୍ଟ କରିପାରେ ବୋଲି ମନ୍ତବ୍ୟ ଦେବା ପରେ ମଙ୍ଗଳବାର ଏ ନେଇ ଦଳର ଆଭିମୁଖ୍ୟ ଏକ ଟ୍ଵିଟ୍‌ ଜରିଆରେ ସ୍ପଷ୍ଟ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି କି ବିଜେଡି ଉଭୟ କଂଗ୍ରେସ୍‌ ଏବଂ ଭାଜପା ଠାରୁ ସମଦୂରତ୍ୱରେ ରହିଛି। ଜନସାଧାରଣଙ୍କ ଆଶୀର୍ବାଦରୁ ଆମେ ଓଡ଼ିଶାର ଅଧିକାର ଲାଗି ଲଢ଼େଇ ଜାରି ରଖିବୁ।

 ତେବେ ନବୀନଙ୍କ ଟ୍ଵିଟ୍‌ ଆସିବା ପୂର୍ବରୁ ନିଜ ମତ ବଦଳାଇଥିଲେ ଦଳର ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। କେଉଁ ଅଦୃଶ୍ୟ ଶକ୍ତିର ଚାପ ଆଗରେ ହାର ମାନି ନିଜେ କହିଥିବା କଥାକୁ ପୁଣି ଫେରାଇଲେ ସେ, ତାକୁ ନେଇ  ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟ୍‌ ପରେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି।

ପୂର୍ବରୁ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ବିଜେଡି- କଂଗ୍ରେସ ମେଣ୍ଟ କଥା ଉଠାଇଥିଲେ। ତେବେ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦାକୁ ବାହାରି, ଏ ନେଇ ଭର୍ତ୍ତୃହରିଙ୍କୁ କୈଫିୟତ ତଲବ କରିବା ସହିତ ବିଜେଡି ଉଭୟ କଂଗ୍ରେସ ଓ ଭାଜପା ସହିତ ସମଦୂରତା ରକ୍ଷା କରିବ ବୋଲି ପୁଣି ଥରେ ଦୋହରାଇଥିଲେ। ପରେ ମଧ୍ୟ ସାଂସଦ ଶ୍ରୀ ମହତାବ ନିଜ ମତକୁ ବୁଲେଇ ବାଙ୍କେଇ ପରିବର୍ତ୍ତନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe