ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୧୮୦ଟି ରାଲିରେ ଯୋଗ ଦେବେ ରାହୁଲ ଗାନ୍ଧୀ

Advertisment
୧୫ରେ ରାହୁଲଙ୍କ ବରଗଡ଼ ଗସ୍ତ

ନୂଆଦିଲ୍ଳୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଏବେ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନକୁ ଦୃଷ୍ଟିରେ ରଖି ସାରା ଦେଶରେ ସମୁଦାୟ ୧୮୦ଟି ରାଲିରେ ଯୋଗ ଦେବେ ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ଏହି ରାଲିର ଯୋଜନା ଦଳର ରାଜ୍ୟ ୟୁନିଟ୍‌ ମହାସଚିବ ସ୍ଥିର କରିଛନ୍ତି।

ଦଳ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ପ୍ରାର୍ଥୀ ତାଳିକା ପ୍ରସ୍ତୁତିରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ଦଳ ନିଜର ପ୍ରଚାର ରଣନୀତିରେ ସୋସିଆଲ୍‌ ମିଡିଆ ଉପରେ ବିଶେଷ ଗୁୁରୁତ୍ୱ ଦେବ ବୋଲି ଜାଣବାକୁ ମିଳିଛି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ପକ୍ଷରୁ ଏକ ସ୍ୱତନ୍ତ୍ର ଭିଡିଓ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଥିବା ପ୍ରଚାରକୁ ମୁକାବିଲା କରିବ। ଏଥିରେ ‘ସୁରକ୍ଷା’, ‘ନାରୀ ସୁରକ୍ଷା, ‘ସ୍ୱତନ୍ତ୍ରତା’, ‘ସଂସ୍ଥାଗତ ସ୍ୱତନ୍ତ୍ରତା’ ଆଦି ଦିଗକୁ ଦୃଷ୍ଟିରେ ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe