Photo Credits: PTI
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ଉପସଭାପତି ସମୀର ମହାନ୍ତି ମଙ୍ଗଳବାର କହିଛନ୍ତି, ଡିଆଇଜି ଆଶିଷ ସିଂଙ୍କ ଘରେ ବିଜୁ ଜନତା ଦଳର କୋର କମିଟି ବୈଠକ ଚାଲିଛି। ଆଶିଶ ସିଂ ଆମ ଦଳର ନେତାଙ୍କୁ ଡାକି ଧମକ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।
ସୂଚନାଯୋଗ୍ୟ ବିଜେପି ସୋମବାର ନିର୍ବାଚନ ଆୟୋଗଙ୍କ ଠାରେ ଆଶିଷ ସିଂଙ୍କ ନାଁରେ ଫେରାଦ ଦେଇଥିଲା। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏହି ଅଭିଯୋଗ ଆଣିଥିଲେ। ଅଭିଯୋଗରେ ଅରୁଣ ସିଂ ଦର୍ଶାଇଥିଲେ ଯେ, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନବୀନ ପଟ୍ଟନାୟକଙ୍କ ଏଜେଣ୍ଟ ସାଜିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ଆଶିଷ ସିଂ ଆମ କାର୍ଯ୍ୟକର୍ତ୍ତାଙ୍କୁ ହୋଟେଲକୁ ଡାକି ଧମକ ଦେଉଛନ୍ତି।
ଆଶିଷ ସିଂଙ୍କ ବାବଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉ ନାହିଁ। ତେଣୁ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରୁଛୁ। ଅରୁଣ ସିଂ କହିଛନ୍ତି ଯେ, ସିଡିପିଓମାନେ ମଧ୍ୟ ବିଜେଡି ଏଜେଣ୍ଟ ଭଳି କାମ କରୁଛନ୍ତି। ତେଣୁ ସଂପୃକ୍ତ ସିଡିପିଓମାନଙ୍କୁ ଅନ୍ୟତ୍ର ବଦଳି କରାଯାଉ। ମୁଖ୍ୟ ନିର୍ବାଚନ ଅଧିକାରୀ ଠିକ ଭାବରେ କାମ କରୁ ନାହାନ୍ତି। ତେଣୁ ତାଙ୍କୁ ହଟାଯାଉ ବୋଲି ବଜେପି ଦାବି କରିଛି।
Follow Us