୪ କୋଟି ଓଡ଼ିଆଙ୍କ ସମ୍ମାନକୁ ତଳେ ପକାଇବି ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଦ୍ୱିତୀୟ ଥର ରାଜ୍ୟସଭା ସଦସ୍ୟ ହେବା ପରେ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର

୪ କୋଟି ଓଡ଼ିଆଙ୍କ ସମ୍ମାନକୁ ତଳେ ପକାଇବି ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଚାରି କୋଟି ଓଡ଼ିଆଙ୍କ ସମ୍ମାନକୁ ତଳେ ପକାଇବି ନାହିଁ। ଓଡ଼ିଆଙ୍କ ମୁଣ୍ଡ ଉଠେଇ ରଖିଛି ବୋଲି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କହିଛନ୍ତି। ଓଡ଼ିଶା ବାହାରୁ ୨ୟ ଥର ପାଇଁ ସାଂସଦ ହୋଇ ରାଜ୍ୟସଭାକୁ ମନୋନୀତ ହେବା ପରେ ଧର୍ମେନ୍ଦ୍ର ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ଅବସରରେ ସେ କୃତଜ୍ଞତା ଜଣାଇ କହିଛନ୍ତି, ଓଡ଼ିଶାକୁ କେବେ ମୁଁ ବଦନାମ କରିବି ନାହିଁ। ବରଗଡ଼ ଜିଲ୍ଲା ବିଜେପୁର ଉପ ନିର୍ବାଚନରେ ହାରିବା ପରେ ଦାୟିତ୍ୱ ବଢ଼ି ଯାଇଛି। ୨୦୧୯କୁ ଅପେକ୍ଷା କରନ୍ତୁ। ବିଜେପି ନିଜର ପରାକାଷ୍ଠା ଦେଖାଇବ ବୋଲି ସେ କହିଛନ୍ତି।

publive-image

ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ଧର୍ମେନ୍ଦ୍ର କହିଛନ୍ତି, ଲୋକମତକୁ ଆମେ ସବୁବେଳେ ସ୍ୱାଗତ କରୁଛୁ। ମଧ୍ୟପ୍ରଦେଶର ଜନତା ମୋତେ ରାଜ୍ୟସଭା ପଠାଇ ଓଡ଼ିଶା ଲୋକଙ୍କୁ ସମ୍ମାନିତ କରିଛନ୍ତି। ସ୍ୱାଗତ ସମାରୋହରେ ବିଜେପିର ବରିଷ୍ଠ ନେତା ଓ ପ୍ରଶଂସକମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ପ୍ରଥମ ଓଡ଼ିଆ ଭାବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ବିରାଟ ର‍୍ୟାଲିରେ ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା। ଏଥିରେ ରାଜ୍ୟସ୍ତରର ଦଳୀୟ ନେତାଙ୍କ ସହ ହଜାର ହଜାର କର୍ମୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe