ଆସନ୍ତାକାଲି ଠାରୁ ବିଜେଡି ଆରମ୍ଭ କରିବ ନୂଆ ଅଭିଯାନ-‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ’

Advertisment
ଆସନ୍ତାକାଲି ଠାରୁ ବିଜେଡି ଆରମ୍ଭ କରିବ ନୂଆ ଅଭିଯାନ-‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ’

ଭୁବନେଶ୍ବର : ଆସନ୍ତାକାଲିଠାରୁ ବିଜେଡି ରାଜ୍ୟରେ ନୂଆ ଅଭିଯାନ ଆରମ୍ଭ କରିବ । ଏହି ଅଭିଯାନର ନାଁ ରହିଛି ‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ ।’  ଆସନ୍ତାକାଲି ପଂଚାୟତିରାଜ ଦିବସରେ ଏହି ଅଭିଯାନ ଆରମ୍ଭ ହେବ ।  ଏହି ଅଭିଯାନରେ ପ୍ରତ୍ୟେକ ଓଡ଼ିଆଙ୍କୁ ସାମିଲ କରାଯିବ ବୋଲି ଆଜି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅରୁଣ ସାହୁ କହିଛନ୍ତି। ସେହିଭଳି  ତୃଣମୂଳ ସ୍ତରରୁ ସଂଗ୍ରହ କରାଯିବ ଲୋକମତ । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ  ଉପାଦାନ ସଂଗ୍ରହ କରାଯିବ ଓ ସମୟର ଆବଶ୍ୟକତା ଅନୁସାରେ ନୂଆ ପ୍ରସ୍ତାବ ଗ୍ରହଣ କରାଯିବ । ଏହାକୁ ନେଇ ପ୍ରସ୍ତୁତ ହେବ ଦଳର ଇସ୍ତାହାର ଓ ଏହାକୁ କାର୍ଯ୍ୟକାରୀ କରିବାକୁ ଦଳ ସଂକଳ୍ପବଦ୍ଧ ବୋଲି କହିଛି ବିଜେଡି ।

ଓଡିଶାବାସୀଙ୍କର ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ ମସିହାରୁ ଲୋକମାନଙ୍କର ସେବା କରିଆସୁଛନ୍ତି । ଜନସାଧାରଣଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ଓଡିଶାର ସ୍ୱାଭିମାନ ଓ ସମ୍ମାନକୁ ବିଜୁ ଜନତା ଦଳ ଅଗ୍ରାଧିକାର ଦେଇଥିବାରୁ ଲୋକମାନଙ୍କ ଭିତରେ ଏହାର ଗ୍ରହଣୀୟତା ବଢି ଚାଲିଛି , ଯାହା ଏକ ଆଂଚଳିକ ଦଳ ପାଇଁ ନିଶ୍ଚିତ ରୂପେ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ବିଜୁ ଜନତା ଦଳର କାର୍ଯ୍ୟକ୍ରମ ହେଉଛି ଲୋକମାନଙ୍କର ଆଶା ଓ ଭରଷାକୁ ନେଇ  । ବିଜୁ ଜନତା ଦଳ ତାର ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ଲୋକମତ ଆଧାରରେ । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ସବୁପ୍ରକାର ଉଦ୍ୟମ କରିଥାଏ । ଅନେକ ଦଳ ନିର୍ବାଚନ ପୂର୍ବରୁ ଇସ୍ତାହାର ପ୍ରକାଶ କରିଥାନ୍ତି , ହେଲେ ନିର୍ବାଚନ ପରେ ଇସ୍ତାହାରର କୌଣସି ପ୍ରାସଙ୍ଗିକତା ପ୍ରାୟତଃ ନଥାଏ ।  ଏହା କେବଳ ପ୍ରତିଶ୍ରୁତି ପୁସ୍ତିକା ଭାବରେ ନିର୍ବାଚନରେ ବ୍ୟବହୃତ ହୋଇଥାଏ । କିନ୍ତୁ ବିଜୁ ଜନତା ଦଳ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଅଲଗା । ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି  ପ୍ରତିବଦ୍ଧତାର ସହିତ କାର୍ଯ୍ୟକାରୀ କରିବା ପାଇଁ ବିଜୁ ଜନତା ଦଳ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି  ବୋଲି ଦଳ କହିଛି ।

publive-image

୨୦୧୪ରେ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ  ତାର ଇସ୍ତାହାରରେ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ନବ ନିର୍ବାଚିତ ସରକାର ଗଠନ ହେବାର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ତାକୁ ସଂକଳ୍ପ ଭାବରେ ଗ୍ରହଣ କରି ସମସ୍ତ ଦେଶରେ ଉଦାହରଣ ସୃଷ୍ଟି  କରିଥିଲା ଏବଂ ତା ପରଠାରୁ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡିକୁ ଅକ୍ଷରେ ଅକ୍ଷରେ କେବଳ ପାଳନ କରାଯାଇ ନାହିଁ ବରଂ ତାଠାରୁ ଅଧିକ କାର୍ଯ୍ୟ  ମଧ୍ୟ ସଂପାଦିତ ହୋଇଛି । ଯାହାକୁ ବିରୋଧୀମାନେ ଅସ୍ୱୀକାର ମଧ୍ୟ କରିପାରିବେ ନାହିଁ ।

ଆସନ୍ତା ନିର୍ବାଚନ ପାଇଁ ସବୁ ଦଳର ଇସ୍ତାହାର ପ୍ରସ୍ତୁତି ଚାଲିଛି । କିନ୍ତୁ ବିଜୁ ଜନତା ଦଳର ଇସ୍ତାହାର ପ୍ରସ୍ତୁତ କରନ୍ତି ଓଡ଼ିଶାର ଜନସାଧାରଣ । ଅର୍ଥାତ୍ ଜନସାଧାରଣଙ୍କ ସକ୍ରିୟ ସଂପୃକ୍ତି. ସହଯୋଗ, ମତାମତକୁ ଆଧାର କରି ପ୍ରସ୍ତୁତ ହୁଏ ଇସ୍ତାହାର ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାକୁ ଗ୍ରହଣ କରି କାର୍ଯ୍ୟକାରୀ କରିଥାନ୍ତି । କେବଳ ଭୌତିକ ବିକାଶ ନୁହେଁ, ଓଡିଶାବାସୀଙ୍କ ଖୁସି ପାଇଁ ବିଜୁ ଜନତା ଦଳ ବଦ୍ଧପରିକର  ବୋଲି ଦଳ ତରଫରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe