ଘଷିପୁରା ଓ ଭଣ୍ଡାରିପୋଖରୀ ଆସନରୁ ଲଢ଼ିବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ

Advertisment
ନିର୍ବାଚନ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଚଳିତ ବିଧାନସଭା ନିର୍ବାଚନରେ ୨ଟି ଆସନରୁ ଲଢୁଛନ୍ତି ବୋଲି ଜଣାପଡ଼ିଛି । ସୂତ୍ର ଅନୁସାରେ ନିରଂଜନ କେନ୍ଦୁଝର ଜିଲ୍ଲାର ଘଷିପୁରା ଏବଂ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଆସନରୁ ନିର୍ବାଚନ ଲଢୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ବିଜୁ ଜନତା ଦଳର ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର କହିଥିଲେ ଯେ, ଯଦି ସାହାସ ଅଛି ନିରଂଜନ ପଟ୍ଟନାୟକ ଘସିପୁରା ଆସନରୁ ଲଢ଼ନ୍ତୁ। ଜବାବରେ ନିରଂଜନ ଗଣମାଧ୍ୟମର ସମ୍ମୁଖରେ କହିଥିଲେ, ଦଳ ଯଦି ଚାହିଁବ, ତା’ହେଲେ ମୋ ପକ୍ଷରୁ କିଛି ଅସୁବିଧା ନାହିଁ।

ପିସିସି ସଭାପତି । ଘଷିପୁରା ଆସନ ପାଇଁ ଆସନ୍ତାକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ । ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନିରଞ୍ଜନ ଦାଖଲ କରିବେ ପ୍ରାର୍ଥୀପତ୍ର । ଚଳିତ ଥର ୨ଟି ଆସନରେ ନିର୍ବାଚନ ଲଢିବେ ନିରଞ୍ଜନ । ଆସନ୍ତା ୮ ତାରିଖରେ ଭଣ୍ଡାରୀପୋଖରୀରୁ ପିସିସି ସଭାପତି ଦାଖଲ କରିବେ ପ୍ରାର୍ଥୀପତ୍ର । ପୂର୍ବରୁ ନିରଞ୍ଜନ କେବଳ ଭଣ୍ଡାରୀପୋଖରୀରୁ ନିର୍ବାଚନ ଲଢିବେ ବୋଲି ଏକପ୍ରକାର ସ୍ଥିର ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe