‘ଏଲ୍‌ଜେପି’ କ୍ଷମତାକୁ ଆସିଲେ ନୀତୀଶ କୁମାର ଜେଲ୍‌ ଯିବେ : ଚିରାଗ ପାସୱାନ

Advertisment
‘ଏଲ୍‌ଜେପି’ କ୍ଷମତାକୁ ଆସିଲେ ନୀତୀଶ କୁମାର ଜେଲ୍‌ ଯିବେ : ଚିରାଗ ପାସୱାନ

Image Courtesy of Hindustan Times

ବକ୍ସର (ବିହାର) : ତାଙ୍କ ଦଳ ଭୋଟ୍ପାଇ କ୍ଷମତାକୁ ଆସିଲେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଲ୍ଯିବେବୋଲିଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ନେତା ଚିରାଗ ପାସୱାନ ରବିବାର ଦିନ ଏକ ନିର୍ବାଚନୀ ରାଲିରେ କହିଛନ୍ତି

ବକ୍ସର୍ଅନ୍ତର୍ଗତ ଦୁମରାଓଁରେ ବିହାର ବିଧାନସଭା ନିର୍ବାଚନ ପ୍ରଚାର ରାଲିରେ ଉଦ୍ବୋଧନ ଦେଇ ପାସୱାନ ରାଜ୍ୟବାସୀଙ୍କୁ କେତେକ ପ୍ରଶ୍ନ ପଚାରିଥିଲେ। ସେ ପଚାରିଥିଲେ, ଯେଉଁ ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ, ଯୁବ ବିରୋଧୀ, ବିହାରକୁ ନଷ୍ଟ କରନ୍ତି, ଯୁବବର୍ଗଙ୍କୁ ବିହାର ଛାଡ଼ି ଚାଲିଯିବାକୁ ବାଧ୍ୟ କରନ୍ତି- ସେଭଳି ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୋଇ ରହିବା କଥା କି? ସେଭଳି ମୁଖ୍ୟମନ୍ତ୍ରୀ ବଦଳିବା କଥା ନା, ନାହିଁ? ଏହାପରେ ସେ ଏପରି ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ ପଠାଇ ଦେବା କଥା ବୋଲି କହିଥିଲେ।

publive-image Image Courtesy of India Today

ପାସୱାନ ଆହୁରି କହିଥିଲେ ଯେ, ବିହାରରେ ନିଶା ନିଷେଧ ବିଫଳ ହୋଇଛି। ଚାରିଆଡ଼େ ବେଆଇନ ମଦ ବିକ୍ରି ହେଉଛି ଏବଂ ନୀତୀଶ କୁମାର ଲାଞ୍ଚ ନେଉଛନ୍ତି।

ଏହି ରାଲିରେ ଏକ  ନୀତିଶ ମୁକ୍ତ ସରକାର ଲାଗି ଏଲ୍‌ଜେପି ନେତା ଚିରାଗ ପାସୱାନ ଆହ୍ବାନ ଦେଇଥିଲେ। ହିନ୍ଦୀରେ ସେ ଟୁଇଟ୍‌ କରିଛନ୍ତି, ମୋର ଅନୁରୋଧ ଦୟାକରି ‘ବିହାର ଆଗ, ବିହାରୀ ଆଗ’ ନ୍ୟାୟରେ ‘ଏଲ୍‌ଜେପି’ ପ୍ରାର୍ଥୀମାନଙ୍କୁ ଭୋଟ୍‌ ଦିଅନ୍ତୁ। ଆଗାମୀ ସରକାର ନୀତୀଶ ମୁକ୍ତ ସରକାର ହେବ।

ପୂର୍ବରୁ ଏନ୍‌ଡିଏ ମେଣ୍ଟରେ ଥିବା ଏଲ୍‌ଜେପିର ମୁଖ୍ୟ ଚିରାଗ ପାସୱାନ୍ ଏବେ ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତୀଶ କୁମାରଙ୍କୁ କଟୁ ସମାଲୋଚନା କରୁଛନ୍ତି। କିନ୍ତୁ, ନିଜକୁ ‘ମୋଦୀଙ୍କ ହନୁମାନ’ କହି ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିବେ ବୋଲି ସେ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe