ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଭୁବନେଶ୍ବରରେ ପହଞ୍ଚିଲେ, ଶୋଭାଯାତ୍ରାକୁ ଅନୁମତି ଦେଲା ନାହିଁ ପୁଲିସ

Advertisment
ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଭୁବନେଶ୍ବରରେ ପହଞ୍ଚିଲେ, ଶୋଭାଯାତ୍ରାକୁ ଅନୁମତି ଦେଲା ନାହିଁ ପୁଲିସ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ତେବେ ତାଙ୍କୁ ଶୋଭାଯାତ୍ରାରେ ପାଛୋଟି ନେବା ପ୍ରସ୍ତାବକୁ ଭୁବନେଶ୍ୱର କମିସନରେଟ ପୁଲିସ ଅନୁମତି ପ୍ରଦାନ କରିନାହିଁ। ସର୍ବାଧିକ ୩ଟି ଗାଡ଼ି ନେଇ ଯାତ୍ରା କରିବାକୁ ପୁଲିସ କମିସନରେଟ୍ ନିର୍ଦ୍ଦେଶ ହୋଇଛି।

ଚେଲ୍ଲାକୁମାରଙ୍କ ଶୋଭାଯାତ୍ରାକୁ ଅନୁମତି ନ ମିଳିବା ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଦଳୀୟ କର୍ମୀ ତାଙ୍କୁ ଶୋଭାଯାତ୍ରାରେ ନେବା ଲାଗି ଆଗ୍ରହୀ ଅଛନ୍ତି । ସରକାର ଓ ପୁଲିସ ବିଭାଗ କରୋନା ଆଳ ଦେଖାଇ ଏସବୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଲି, ସଭାସମିତି କେମିତି ହେଉଛି ବୋଲିଂ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଚେଲ୍ଲାକୁମାର ପ୍ରଥମ ଥର ଓଡ଼ିଶା ଗସ୍ତ କରିଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି। କିନ୍ତୁ ପୁଲିସ ପକ୍ଷରୁ ମନା କରାଯାଇଥିବାରୁ ଆମେ ଏହାକୁ ମାନିବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe