ମୋତେ ଭୋଟ୍‌ ନ ଦେଲେ ବି ମୁଁ ଆପଣମାନଙ୍କ ପାଇଁ କାମ କରିବି: ମୁସଲ୍‌ମାନଙ୍କୁ କହିଲେ ବରୁଣ ଗାନ୍ଧୀ

Advertisment
ମୋତେ ଭୋଟ୍‌ ନ ଦେଲେ ବି ମୁଁ ଆପଣମାନଙ୍କ ପାଇଁ କାମ କରିବି: ମୁସଲ୍‌ମାନଙ୍କୁ କହିଲେ ବରୁଣ ଗାନ୍ଧୀ

Image Courtesy of Zee News

ପିଲିଭିତ୍‌: ରବିବାର ଦିନ ଉତ୍ତର ପ୍ରଦେଶର ଏକ ରାଲିରେ ଭାଷଣ ଦେଇ ବରୁଣ ଗାନ୍ଧୀ କହିଛନ୍ତି, ମୁସଲମାନ୍‌ ଭାଇମାନଙ୍କୁ ଗୋଟିଏ କଥା କହିବି। ଆପଣମାନେ ମୋତେ ଭୋଟ୍‌ ଦେଲେ ଖୁସି ହେବି। ଯଦି ବା ନ ଦିଅନ୍ତି କିଛି କଥା ନାହିଁ। କାମ ସମ୍ବନ୍ଧରେ ଆପଣ ମୋ ପାଖକୁ ଆସିପାରିବେ।

ସେ ଆହୁରି କହିଲେ, ଯଦି ଆପଣଙ୍କ ଚିନି ମିଶେ ମୋ ଚା ଆହୁରି ମିଠା ଲାଗିବ।

ମାଆ ଓ ପୁଅଙ୍କ ମଧ୍ୟରେ ବିଜେପି ଏଥର ପିଲିଭିତ ଏବଂ ସୁଲତାନପୁର ଆସନକୁ ବଳଦକୁଦଳ କରିଛି।

ଏପ୍ରିଲ୍‌ ୧୨ ତାରିଖ ଦିନ ସୁଲତାନପୁରରେ ମେନକା କହିଥିଲେ ମୁସଲମାନମାନେ ସମର୍ଥନ କରନ୍ତୁ ବା ନ କରନ୍ତୁ ସୁଲତାନପୁର ଲୋକସଭା ଆସନରୁ ତାଙ୍କର ବିଜୟ ସୁନିଶ୍ଚିତ।

ତାଙ୍କର ଏ ପ୍ରକାର ବକ୍ତବ୍ୟକୁ ଅନେକ ସମାଲୋଚନା କରିବା ପରେ ଶେଷରେ ସେ କହିଥିଲେ କି, ତାଙ୍କର ଭାଷଣରୁ ପ୍ରସଙ୍ଗକୁ ବାଦ ଦିଆଯାଇ ପରିବେଷଣ କରାଯାଇଛି।

ଏଥିପାଇଁ ତାଙ୍କୁ ନିର୍ବାଚନ କମିସନ୍‌ କାରଣ ଦର୍ଶାଅ ନୋଟିସ୍‌ ଦେବା ସହ ୪୮ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe