Image Courtesy of Hindustan Times
ଜୟପୁର: ସଚିନ ପାଇଲଟ୍ କୌଣସି ସଦ୍ଗୁଣ ନାହିଁ ବୋଲି ଜାଣିଲା ପରେ ମଧ୍ୟ ୭ ବର୍ଷ ମଧ୍ୟରେ ରାଜ୍ୟ କଂଗ୍ରେସ ମୁଖ୍ୟଙ୍କୁ ପରିବର୍ତ୍ତନ କରିବା ପାଇଁ ଦାବି ଉଠି ନ ଥିଲା ବୋଲି ସୋମବାର ଦିନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଲେ, ବିଜେପି ସମର୍ଥନରେ ସେ (ପାଇଲଟ୍) ଗତ ୬ ମାସ ହେବ ଷଡ଼ଯନ୍ତ୍ର କରୁଥିଲେ। ମୋ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ଚାଲିଛି ବୋଲି କହୁଥିବା ବେଳେ ମୋ କଥା କେହି ବିଶ୍ବାସ କରୁ ନ ଥିଲେ। ଏ ଭଳି ନିରୀହ ମୁହଁ ଦିଶୁଥିବା ବ୍ୟକ୍ତି ଯେ ଏଭଳି କରିବ କେହି ଜାଣି ନ ଥିଲେ। ମୁଁ ଏଠି ପନିପରିବା ବିକ୍ରି କରୁନାହିଁ, ମୁଁ ଜଣେ ମୁଖ୍ୟମନ୍ତ୍ରୀ।
Image Courtesy of Zee Newsଆମ ବିଧାୟକମାନେ ବିନା କୌଣସି ପ୍ରତିବନ୍ଧକରେ ଅଛନ୍ତି, କିନ୍ତୁ ସେମାନେ ତାଙ୍କ ବିଧାୟକମାନଙ୍କୁ ବନ୍ଦୀ କରି ରଖିଛନ୍ତି। ସେମାନେ ଆମକୁ ଫୋନ୍ କରିବା ସହ କାନ୍ଦି କାନ୍ଦି ଆପଣା ଦୁର୍ଦ୍ଦଶା ବଖାଣୁଛନ୍ତି। ସେମାନଙ୍କର ବ୍ୟକ୍ତିଗତ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଛି। ସେମାନଙ୍କ ମଧ୍ୟରୁ କେତେକ ଆମ ସହ ଯୋଗ ଦେବାକୁ ଇଚ୍ଛୁକ।
ସମ୍ଭାବ୍ୟ ଫ୍ଲୋର୍-ଟେଷ୍ଟ୍ ବିଷୟରେ ପଚରାଯିବାରୁ ଗେହଲଟ୍ କହିଲେ, କ’ଣ ହେବ ସମସ୍ତେ ଜାଣନ୍ତି। ହାଇକୋର୍ଟ ରାୟ ଦେବେ। ସତ୍ୟମେବ ଜୟତେ।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଗତ ବିଳମ୍ବିତ ରାତ୍ରୀରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ କଂଗ୍ରେସ ବିଧାୟକମାନେ ଜୟପୁରର ଏକ ହୋଟେଲ୍ ଏକତ୍ର ଗାଉଥିଲେ- ‘ହମ୍ ହୋଙ୍ଗେ କାମିୟାବ୍’। ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗେହଲଟ୍ଙ୍କ ନେତୃତ୍ବାଧୀନ ସରକାରଙ୍କୁ ସମର୍ଥନ କରୁଥିବା କଂଗ୍ରେସ ବିଧାୟକମାନେ ହୋଟେଲ୍ ଫେୟାର୍ମାଉଣ୍ଟ୍ରେ ଅବସ୍ଥାନ କରୁଛନ୍ତି।
Follow Us