ରାତି ରାତି ସୋଫାରେ ବିତାଇବା ଯେ କେତେ କଷ୍ଟ ତାହା ମୁଁ ଜାଣୁଛି! ଏହା ଖେଳଘର ନୁହେଁ : କେଜ୍ରିଓ୍ଵାଲ୍‌

ରାତି ରାତି ସୋଫାରେ ବିତାଇବା ଯେ କେତେ କଷ୍ଟ ତାହା ମୁଁ ଜାଣୁଛି! ଏହା ଖେଳଘର ନୁହେଁ : କେଜ୍ରିଓ୍ଵାଲ୍‌

http://www.dnaindia.com

ନୂଆଦିଲ୍ଲୀ: ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କୁ ତାଙ୍କର ସମାଲୋଚକମାନେ ‘ଏସି ପ୍ରୋଟେଷ୍ଟର’ ବୋଲି ଟିପ୍ପଣି କରିଛନ୍ତି। ସେମାନେ କହିଛନ୍ତି କି କେଜ୍ରିଓ୍ଵାଲ୍‌ ରାଜ୍ୟ ପାହ୍ୟା ଲାଗି ‘ଏସି ପ୍ରୋଟେଷ୍ଟ’ ବା ‘ଶୀତତାପ ନିୟନ୍ତ୍ରିତ ପ୍ରତିବାଦ’ ଚଳାଇଛନ୍ତି। ଏପରି କହିବାର କାରଣ ହେଲା ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ୍‌ ବୈଜଲଙ୍କ କାର୍ଯ୍ୟାଳୟ ଶୀତତାପ ନିୟନ୍ତ୍ରିତ। ଗତ ସୋମବାରଠାରୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଗୋପାଲ୍‌ ରାଏ ପ୍ରମୁଖ ଦିନରାତି ୨୪ ଘଣ୍ଟା ଧାରଣାରେ ବସିଛନ୍ତି।

publive-image

ସମାଲୋଚକମାନଙ୍କ ଏହି ଟିପ୍ପଣୀର ଜବାବରେ କେଜ୍ରିଓ୍ଵାଲ୍‌ କହିଛନ୍ତି ଦିନ ଦିନ ଧରି ସୋଫାରେ ରାତି ବିତାଇବା କେତେ ଯେ କଷ୍ଟ ତାହା ଯିଏ ଅଙ୍ଗେ ନିଭାଇଛି ସେ ଜାଣିଛି। ଏକ ୮ ମିନିଟରେ ଭିଡ଼ିଓ ଟ୍ଵିଟରରେ ପୋଷ୍ଟ କରି କେଜ୍ରିଓ୍ଵାଲ୍‌ କହିଛନ୍ତି, ଏହା ଖେଳ ନୁହେଁ। ଆମେ ଏତେ କଷ୍ଟ କେବଳ ଦିଲ୍ଲୀ ଅଧିବାସୀଙ୍କ ପାଇଁ କରୁଛୁ। ସେ କହିଛନ୍ତି, ଆମ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି। କାରଣ ଦିଲ୍ଲୀ ସରକାରଙ୍କ ଉଦ୍ୟମରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ସାଧିତ ହେଉଛି। ଏହାକୁ ସେମାନେ ବାଧା ଦେବା ଲାଗି ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଚାହାନ୍ତି ନାହିଁ କି ଆଇଏଏସ ଅଫିସରମାନେ ଆମକୁ ସହଯୋଗ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe