୬. ୫ କୋଟି ଜନତା ନୁହେଁ, କଂଗ୍ରେସ ପ୍ରତି କୃତଜ୍ଞ: କୁମାରସ୍ୱାମୀ

Advertisment
୬. ୫ କୋଟି ଜନତା ନୁହେଁ, କଂଗ୍ରେସ ପ୍ରତି କୃତଜ୍ଞ: କୁମାରସ୍ୱାମୀ

ବେଙ୍ଗାଲୁରୁ: ତୁରନ୍ତ କୃଷକମାନଙ୍କ ଉପରୁ ଋଣ ଛାଡ଼ ଘୋଷଣା କରିବା ପାଇଁ ବିଜେପି ଚାପ ଯୋଗୁଁ ରବିବାର ଦିନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ସ୍ପଷ୍ଟ ଭାବରେ କହିଛନ୍ତି: ୬. ୫ କୋଟି କର୍ଣ୍ଣାଟକ ଜନତା ନୁହେଁ, ମୁଁ କଂଗ୍ରେସ ପ୍ରତି କୃତଜ୍ଞ।

କୃଷି ଋଣ ଛାଡ଼ ଘୋଷଣା କରିବା ନିମନ୍ତେ ନିଜର ସହଯୋଗୀ ଦଳ କଂଗ୍ରେସକୁ ବୁଝାଇବା ପାଇଁ ମୁଖ୍ୟମନ୍ତ୍ରୀ ଏକ ସପ୍ତାହ ସମୟ ନେଇଛନ୍ତି। କୃଷିଋଣ ଛାଡ଼ କରିବ ନଚେତ୍‌ କ୍ଷମତା ଛାଡ଼ିବ ବୋଲି ଜେଡି(ଏସ୍‌) ନିର୍ବାଚନ ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଥିଲା। କ୍ଷମତାକୁ ଆସିବାର ୨୪ ଘଣ୍ଟା ମଧ୍ୟରେ ସମବାୟ, ଘରୋଇ ଏବଂ ବ୍ୟାବସାୟିକ ବ୍ୟାଙ୍କ୍‌ ଆଦିରୁ ନିଆ ଯାଇଥିବା କୃଷିଋଣ ଛାଡ଼ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।
ସେ ସମ୍ବାଦିକମାନଙ୍କୁ କହିଛନ୍ତି: କୃଷିଋଣ ଛାଡ଼ ପ୍ରତିଶ୍ରୁତିରୁ ଓହରି ଯିବାର ପ୍ରଶ୍ନ ଉଠୁ ନାହିଁ। ଏ ଭଳି ପଦକ୍ଷେପ ନେବା ପୂର୍ବରୁ ଆର୍ଥିକ ପରିସ୍ଥିତି ବୁଝିବା ପାଇଁ ସପ୍ତାହେ ସମୟ ନେବି। କ୍ୟାବିନେଟ୍‌ ସମ୍ପ୍ରସାରଣ ହେବା ପରେ ହିଁ ଏହା ସମ୍ଭବପର। ମୁଁ ସପ୍ତାହେ ଭିତରେ ଋଣ ଛାଡ଼ କରିବି ନ ହେଲେ ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା।

ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ ନ କରିବାକୁ ସେ ଚାଷୀମାନଙ୍କୁ ନିବେଦନ କରିଛନ୍ତି।

ଦାୟିତ୍ୱ ଗ୍ରହଣ କରିବାର ୨୪ ଘଣ୍ଟା ସୁଦ୍ଧା କୃଷିଋଣ ଛାଡ଼ କରିବାରେ ଏଚ୍‌ଡିକେ ବିଫଳ ହୋଇଥିବା ଦର୍ଶାଇ ବିଜେପି ସୋମବାର ଦିନ ରାଜ୍ୟବ୍ୟାପୀ ବନ୍ଦ ଆହ୍ଵାନ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe