ଜେଡିୟୁ ସହିତ ବିଜେପିର ମେଣ୍ଟ ଜାରି ରହିବ: ଅମିତ ଶାହା

Advertisment
ଜେଡିୟୁ ସହିତ ବିଜେପିର ମେଣ୍ଟ ଜାରି ରହିବ: ଅମିତ ଶାହା

ପାଟନା: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁରୁବାର ଘୋଷଣା କରିଛନ୍ତି ଯେ, ଜନତା ଦଳ ୟୁନାଇଟେଡ(ଜେଡିୟୁ) ସହିତ ବିଜେପିର ମେଣ୍ଟ ଜାରି ରହିବ। ବିଗତ କିଛି ଦିନ ହେବ ବିଜେପି ଓ ଜେଡିୟୁ ମଧ୍ୟରେ ଦେଖାଯାଇଥିବା ଆଲୋଚନାରେ ବିରାମ ଲାଗିଛି ବୋଲି ଶାହା କହିଛନ୍ତି। ପାଟନାର ଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଆମେ ଏକଜୁଟ ହୋଇ କାମ କରିବୁ। ସହଯୋଗୀଙ୍କୁ କେମିତି ପରିଚାଳନା କରାଯାଏ ତାହା ଆମକୁ ଜଣାଅଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆମ ଗହଣରେ ଅଛନ୍ତି ଓ ସେ ସବୁଦିନ ପାଇଁ ସାଥୀରେ ରହିବେ। ଆଗାମୀ ଲୋକସଭା ନିର୍ବାଚନରେ ୪୦ ସିଟରେ ବିଜେପି ବିଜୟୀ ହେବ।

ଶାହା କହିଛନ୍ତି, ବିହାରରୁ ଆମେ କଂଗ୍ରେସ ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଥିଲୁ। ଏବେ ସମୟ ଆସିଛି ଯେ, ଦେଶରୁ କଂଗ୍ରେସକୁ ବାହାର କରାଯିବ। ବିହାରରୁ ମଧ୍ୟ କଂଗ୍ରେସର ଅସ୍ଥିତ୍ୱ ଶେଷ ହୋଇଯିବ। ବର୍ଷ ୨୦୧୪ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ଯେଭଳି ଭାବରେ ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଢ଼ିଥିଲା, ସେହିଭଳି ୨୦୧୯ରେ ମଧ୍ୟ ବହୁମତ ହାସଲ କରିବ। କଂଗ୍ରେସ ଉପରେ ଟିପ୍ପଣୀ ଦେଇ ଶାହା କହିଛନ୍ତି, ଯେଉଁ କଂଗ୍ରେସ ଦେଶକୁ ବର୍ବାଦ କରିଦେଇଛି, ତାକୁ ଦେଶରୁ ଶେଷ କରି ଦିଆଯିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe