ପାରାଦୀପ ବନ୍ଦର ଓଡ଼ିଶା ବିକାଶରେ ଗ୍ରୋଥ ଇଂଜିନ ହେବ: ଗଡ଼କରି

Advertisment
ପାରାଦୀପ ବନ୍ଦର ଓଡ଼ିଶା ବିକାଶରେ ଗ୍ରୋଥ ଇଂଜିନ ହେବ: ଗଡ଼କରି

ପାରଦୀପ: କେନ୍ଦ୍ର ସଡ଼କ, ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡ଼କରି ବୁଧବାର କହିଛନ୍ତି, ପାରାଦୀପ ବନ୍ଦର ଭବିଷ୍ୟତରେ ଦେଶର ୧ ନମ୍ବର ବନ୍ଦର ହେବ। ଏହି ବନ୍ଦର ମାଧ୍ୟମରେ ଓଡ଼ିଶାର ବିକାଶ ଆଗକୁ ଯାଇ ପାରିବ। ଓଡ଼ିଶା ଗସ୍ତରେ ଆସି ଗଡ଼କରି ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି।

ଗଡ଼କରି କହିଛନ୍ତି, ପାରାଦୀପରେ ଛୋଟ ବିମାନ ବନ୍ଦର ନିର୍ମାଣ ପାଇଁ ସ୍ଥିର ହୋଇଛି। ଏଠାରେ ଆଗାମୀ ଦିନରେ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ହେବ। ଏଥି ପାଇଁ ଟେଣ୍ଡର ସରିଛି। ଆସନ୍ତା ବର୍ଷ ପାରାଦୀପ ବନ୍ଦର ୧ ନମ୍ବର ହେବା ସହିତ ୧ ହଜାର କୋଟି ଟଙ୍କା ଲାଭ ହେବ ବୋଲି ଆକଳନ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଗଡ଼କରି କହିଛନ୍ତି, ଆଗକୁ ଓଡ଼ିଶାରେ ଅଢ଼େଇ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ। ବନ୍ଦର ଏବଂ ରାଜପଥ ନିର୍ମାଣ କ୍ଷେତ୍ରରେ ବ୍ୟାପକ ନିବେଶ କରାଯିବ। କେନ୍ଦ୍ରମନ୍ତ୍ରୀ ଆଜି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଠାରେ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe