ଦଳ ଏବଂ ତାଙ୍କ ପରିବାରରେ ଫାଟ ହୋଇଯାଇଛି ବୋଲି କହିଲେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ

Advertisment
ନିଜ ଦଳରୁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଭାବିବା ଲାଗି ଅଧିକାର ଅଛି: ସୁଲେ

Mathrubhumi English

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସର ସବୁ ଯୋଜନାକୁ ମାଟିରେ ମିଶାଇ ବିଜେପି ରାତାରାତି ମହାରାଷ୍ଟ୍ରରେ ସରକାର ଗଠନ କରିଛି। ଏନ୍‌ସିପି ନେତା ଅଜିତ ପାୱାର ବିଜେପି ସହ ହାତ ମିଳାଇବା ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ପାଇଁ ଶକ୍ତ ଧକ୍କା ଦେଇଛି। ସୁପ୍ରିୟା ଆଜି ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ଏନ୍‌ସିପି ଦଳ ଏବଂ ତାଙ୍କ ପରିବାରରେ ବିଭାଜନ ହୋଇଥିବା ସଂକ୍ରାନ୍ତ ବାର୍ତ୍ତା ରଖିଛନ୍ତି। ସୁପ୍ରିୟା କହିଛନ୍ତି ଆଜିର ଘଟଣା ପରେ ଜୀବନରେ କାହାକୁ ବିଶ୍ବାସ କରିବି ଜାଣିପାରୁ ନାହିଁ। ଏବେ ଆମ ପରିବାର ଏବଂ ଦଳରେ ବିଭାଜନ ହୋଇଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଏସଂକ୍ରାନ୍ତରେ ପୂର୍ବରୁ କିଛି ଜାଣିନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe