Karnataka Polls : Congress President Rahul Gandhi Press Conference Comments on PM Modi Govt on Saturday. Express Photo by Amit Mehra. 19.05.2018. *** Local Caption *** Karnataka Polls : Congress President Rahul Gandhi Press Conference Comments on PM Modi Govt on Saturday.
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ତନାଘନାରୁ ଏହା ଅନୁଭୂତ ହେଉଛି। ଇତି ମଧ୍ୟରେ ପ୍ରତ୍ୟେକ ପ୍ରଦେଶ କଂଗ୍ରେସ କମିଟି(ପିସିସି)ଙ୍କୁ ସେ ଗୁରୁ ଦାୟିତ୍ୱ ଦେଇଛନ୍ତିି। ତାଙ୍କ ନିର୍ଦେଶ ମୁତାବକ ରାଜ୍ୟର ପ୍ରତ୍ୟେକ ସଂସଦୀୟ ନିର୍ବାଚନ କ୍ଷେତ୍ରରେ କେଉଁ ପ୍ରଭାବଶାଳୀ ବା ଗୁରୁତ୍ୱପୂର୍ଣ୍ଣ ନେତାମାନେ ଦଳକୁ ବିଜୟୀ କରିବା ଦିଗରେ କାର୍ଯ୍ୟ କରିପାରିବେ, ସେମାନଙ୍କ ସଂପର୍କରେ ବିବରଣୀ ମାଗିଥିଲା ଏଆଇସିସି। ଏହି ନିର୍ଦେଶ ଅନୁଯାୟୀ ଓଡ଼ିଶା ପିସିସି ପ୍ରଭାବଶାଳୀ ନେତାମାନଙ୍କ ତାଲିକା ସହିତ ସମସ୍ତ ବିବରଣୀ ଏଆଇସିସିକୁ ପଠାଇସାରିଛି।
ଗତ ୬ ତାରିଖରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସାଧାରଣ ସଂପାଦକ ଅଶୋକ ଗେହଲଟ୍ ଓଡ଼ିଶା ସମେତ ସମସ୍ତ ପିସିସି ସଭାପତିମାନଙ୍କୁ ଚିଠି ଲେଖିଥିଲେ। ଏଥିରେ ୯ଟି ପ୍ରସଙ୍ଗ ରଖାଯାଇଥିଲା। ଜୁଲାଇ ୧୫ ତାରିଖ ସୁଦ୍ଧା ସେସବୁ ପ୍ରସଙ୍ଗ ନେଇ ତଥ୍ୟ ସମ୍ବଳିତ ରିପୋର୍ଟ ଦେବାକୁ କୁହାଯାଇଥିଲା। ତଦନୁଯାୟୀ ରାଜ୍ୟ ପିସିସି ପକ୍ଷରୁ ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିମାନଙ୍କୁ ପଠାଯାଇ ବିବରଣୀ ସଂଗ୍ରହ କରାଯାଇଥିଲା। ପିସିସି ତରଫରୁ ସେହି ବିବରଣୀ ଏଆଇସିସିକୁ ପଠାଯାଇଥିବା ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତିି। ତେବେ ଏହା ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ନୁହେଁ। ବରଂ ଆଗାମୀ ନିର୍ବାଚନରେ ଯେଉଁ ଲୋକସଭା ନିର୍ବାଚନମଣ୍ଡଳୀରେ ଯେଉଁ ପ୍ରଭାବଶାଳୀ ନେତାମାନେ କାର୍ଯ୍ୟ କରିିବେ ସେମାନଙ୍କର ତାଲିକା ବୋଲି ସ୍ପଷ୍ଟ ହୋଇଯାଇଛି।
ରାହୁଲ ଏଆଇସିସିର ସମସ୍ତ ସାଧାରଣ ସଂପାଦକ, ନିର୍ବାହୀ ସଂପାଦକ ଓ ପିସିସି ସଭାପତିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଆଲୋଚନା ନିମନ୍ତେ ତାରିଖ, ସ୍ଥାନ ଓ ଆଲୋଚନାର ପ୍ରସଙ୍ଗ ଆଦି ଚୂଡ଼ାନ୍ତ ହୋଇନାହିଁ। ଏ କଥା ସମସ୍ତ ପିସିସି ସଭାପତିିଙ୍କୁ ଜଣାଇ ଦିଆଯିବ। ଏହି ମାସର ତୃତୀୟ ସପ୍ତାହ ବେଳକୁ ଏଭଳି ବୈଠକ ହେବାର ସମ୍ଭାବନା ରହିଛି।
Follow Us