ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ ନିଜର ଲୁକାୟିତ ପ୍ରତିଭାକୁ ପ୍ରକାଶ କଲେ ସ୍ମୃତି ଇରାନୀ

Advertisment
ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ ନିଜର ଲୁକାୟିତ ପ୍ରତିଭାକୁ ପ୍ରକାଶ କଲେ ସ୍ମୃତି ଇରାନୀ

Photo Credit: Instagram

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ସେ ତାଙ୍କର ଚମତ୍କାର ଫଟୋ, ଶିକ୍ଷଣୀୟ କ୍ୟାପ୍‌ସନ ଜରିଆରେ ଫଲୋର୍ସଙ୍କୁ ବାନ୍ଧି ରଖିଥାନ୍ତି। ନିକଟରେ ଅନେକ ଥର ସ୍ମୃତି ତାଙ୍କ୍‌ ଇନ୍‌ଷ୍ଟା ପୋଷ୍ଟ୍‌କୁ ନେଇ ଆଲୋଚନାର ପରିସରକୁ ଆସିଛନ୍ତି।

ଶୁକ୍ରବାର ସ୍ମୃତି ଇନଷ୍ଟାଗ୍ରାମ୍‌ରେ ତାଙ୍କର ଏକ ଫଟୋ ସେୟାର୍‌ କରି ତାଙ୍କ ନିଜର ଏକ ଲୁକାୟିତ ପ୍ରତିଭା(ହିଡେନ୍‌ ଟ୍ୟାଲେଣ୍ଟ୍‌) ବିଷୟରେ ପ୍ରକାଶ କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ସ୍ମୃତି କାନ୍‌ଭାସ ଉପରେ ତୂଳୀ ଧରି ଚିତ୍ର ଆଙ୍କୁଛନ୍ତି। ସେଥିରେ ସେ କ୍ୟାପ୍‌ସନ ଦେଇଛନ୍ତି, ‘ଗୋଟାଏ ସମୟରେ ମୁଁ ଚିତ୍ର କରି ପାରୁଥିଲି।’

ସ୍ମୃତିଙ୍କର ଏହି ପୋଷ୍ଟ୍‌ ୪୮ ହଜାର ଲାଇକ୍‌ ପାଇସାରିଲାଣି। ପ୍ରଯୋଜକ ତଥା ସ୍ମୃତିଙ୍କ ବନ୍ଧୁ ଏକ୍‌ତା କପୁର  ତାଙ୍କର ଏହି ଫଟୋରେ ‘ରକିଂ’ ବୋଲି ଲେଖି କମେଣ୍ଟ୍‌ ଦେଇଛନ୍ତି।

View this post on Instagram

There are times I’ve been known to paint ....🚶‍♀️💗

A post shared by Smriti Irani (@smritiiraniofficial) on

ଜଣେ ବ୍ୟବହାରକାରୀ ‌କମେଣ୍ଟ୍‌ରେ ଲେଖିଛନ୍ତି, ‘ଆପଣ ଖୁବ୍ ସୁନ୍ଦର ଦିଶୁଛନ୍ତି।’ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆପଣ ନିଜ ପାଇଁ ବି ସମୟ କାଢ଼ି ନଉଛନ୍ତି, ଦେଖିକରି ଖୁସି ହେଲି।’

କେହି କେହି ୱାଓ, ଆପଣ ଅଲ୍‌ରାଉଣ୍ଡର୍‌ ଆଦି ଲେଖିଥିବା ବେଳେ ଆଉ କେହି ସ୍ମୃତିଙ୍କର ଏହି ଲୁକାୟିତ ପ୍ରତିଭା ବିଷୟରେ ଜାଣିବାକୁ ପାଇ ଥିବାରୁ ନିଜର ଅନନ୍ଦ ବ୍ୟକ୍ତ କରିଛନ୍ତି। ଆଉ କେହି କେହି ସ୍ମୃତି କରୁଥିବା ଚିତ୍ରର ଶେଷଟା ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି।

ଉଲ୍ଳେଖଯୋଗ୍ୟ, ୨୦୧୯ ନଭେମ୍ବର ମାସରେ ସ୍ମୃତି ଇରାନୀ ଏକ ମଜାଦାର୍‌ ପାରିବାରିକ ଭିଡିଓ ପୋଷ୍ଟ୍‌ କରି ଚର୍ଚ୍ଚାରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe