ହେଲିକପ୍ଟର୍‌ ଯାଇ ନ ପାରିବାରୁ ବିଜ୍‌ନୋର୍‌ ରାଲି ପାଇଁ ଭର୍ଚ୍ୟୁଆଲ୍‌ରେ ଉଦ୍‌ବୋଧନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ହେଲିକପ୍ଟର୍‌ ଯାଇ ନ ପାରିବାରୁ ବିଜ୍‌ନୋର୍‌ ରାଲି ପାଇଁ ଭର୍ଚ୍ୟୁଆଲ୍‌ରେ ଉଦ୍‌ବୋଧନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of ABP Live

ନୂଆଦିଲ୍ଲୀ: ପାଗ ଖରାପ ଯୋଗୁଁ ହେଲିକପ୍ଟର୍‌ରେ ଯିବା ସମ୍ଭବପର ନ ହେବାରୁ ଉତ୍ତର ପ୍ରଦେଶର ବିଜନୋର୍‌ ଜନସାଧାରଣଙ୍କୁ କ୍ଷମା ମାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚ୍ୟୁଆଲ୍‌ ମୋଡ୍‌ରେ ‘ଜନ ଚୌପାଲ୍‌ ନିର୍ବାଚନ ରାଲି’ରେ ଉଦ୍‌ବୋଧନ ଦେଇଛନ୍ତି।

ଉଦ୍‌ବୋଧନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ, ସର୍ବ ପ୍ରଥମେ ମୁଁ ଆପଣମାନଙ୍କୁ କ୍ଷମା ମାଗୁଛି। ନିର୍ବାଚନ କମିସନ୍‌ କିଛି କଟକଣା କୋହଳ କରିବା ପରେ ବ୍ୟକ୍ତିଗତ ଭାବେ ଯାଇ ବିଜନୋର୍‌ ନିର୍ବାଚନ ପ୍ରଚାର ଅଭିଯାନ ଚଳାଇବି ବୋଲି ଭାବିଥିଲି। କିନ୍ତୁ, ପାଗ ଖରାପ ହେତୁ, ହେଲିକପ୍ଟର୍‌ ଯାଇ ପାରିଲା ନାହିଁ। ତେଣୁ, ପୁଣି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ବୋଧନ ଦେଉଛି।

ପ୍ରଚାର ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ, ‘ବିଜେପି’ର ଡବଲ୍‌ ଇଞ୍ଜିନ୍‌ ସରକାରଦ୍ବାରା ୩୦୦ କୋଟି ଟଙ୍କାର ମେଡିକାଲ୍‌ କଲେଜ୍‌ ନିର୍ମାଣ କରାଯାଉଛି। ଖୁବ୍‌ ଶୀଘ୍ର ବିଜନୋର୍‌ରେ କେତେଗୁଡ଼ିଏ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ମଧ୍ୟ ସ୍ଥାପନ କରାଯିବ।

publive-image Image Courtesy of India Today

ଆୟୁଷ୍ମାନ୍‌ ଭାରତ ବିଜ୍‌ନୋର୍‌, ଆମରୋହ୍‌ ଏବଂ ମୋରାଦାବାଦରେ ୩ ଲକ୍ଷ ଗରିବଙ୍କୁ ସାହାଯ୍ୟ କରିଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ଅପରାଧୀମାନେ ଫେରିବା ପାଇଁ ଉତ୍ତର ପ୍ରଦେଶରେ ଶାସନ ପରିବର୍ତ୍ତନକୁ ଅପେକ୍ଷା କରି ରହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଉତ୍ତର ପ୍ରଦେଶ ବିକାଶ ନଦୀର ଜଳ ସ୍ଥାଣୁ ହୋଇଯାଇଥିଲା। ତାହା ମିଥ୍ୟା ସମାଜବାଦୀ ଏବଂ ସେମାନଙ୍କ ନିକଟସମ୍ପର୍କୀୟଙ୍କ ମଧ୍ୟରେ ଅଟକି ରହିଯାଇଥିଲା। ଏସବୁ ଲୋକେ ଜନସାଧାରଣଙ୍କ ବିକାଶର ତୃଷ୍ଣା, ପ୍ରଗତିର ତୃଷ୍ଣା ଏବଂ ଦାରିଦ୍ର୍ୟରୁ ମୁକୁଳିବାର ତୃଷ୍ଣାର ଅବସାନ ପାଇଁ କେବେ କିଛି କରି ନ ଥିଲେ। ସେମାନେ କେବଳ ନିଜର ଓ ସେମାନଙ୍କ ନିଜ ଲୋକମାନଙ୍କର ତୃଷ୍ଣା ବା ଶୋଷ ମେଣ୍ଟାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe