‘ମୁଁ କାହା ସାମ୍ନାରେ ମୁଣ୍ଡ ନୁଆଁଇଛି, ନା ବିକ୍ରି ହୋଇଛି’ ବୋଲି କହି କଂଗ୍ରେସ ଉପରେ ଖୁବ୍‌ ବର୍ଷିଲେ ମୋଦୀ

Advertisment
‘ମୁଁ କାହା ସାମ୍ନାରେ ମୁଣ୍ଡ ନୁଆଁଇଛି, ନା ବିକ୍ରି ହୋଇଛି’ ବୋଲି କହି କଂଗ୍ରେସ ଉପରେ ଖୁବ୍‌ ବର୍ଷିଲେ ମୋଦୀ

The Statesman

ନୂଆଦିଲ୍ଲୀ: କଠୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ମୋଦୀ କହିଛନ୍ତି- ମୁଁ ମୋଦୀ, ନା ମୁଁ କାହା ସାମ୍ନାରେ ମୁଣ୍ଡ ନୁଆଁଇଛି, ନା ବିକ୍ରି ହୋଇଛି। ମୁଁ ମୁଫ୍‌ତି ଏବଂ ଅବଦୁଲା ପରିବାରକୁ ଚାହେଁ ଯେ କଂଗ୍ରେସର ରକ୍ତ ସଂକ୍ରମିତ ହୋଇଯାଇଛି । କଂଗ୍ରେସ ଜମ୍ମୁ-କାଶ୍ମୀରରୁ ସେନାକୁ ହଟାଇବାକୁ ଚାହୁଁଛି । କଂଗ୍ରେସ ପାକିସ୍ତାନ ସହ କଥାବାର୍ତ୍ତା କରିବାକୁ ଚାହେଁ । କଂଗ୍ରେସ ସେନାର ମନୋବଳକୁ ଭାଙ୍ଗିବାକୁ ଚାହେଁ । କଂଗ୍ରେସ ଲୋକଙ୍କ ଭରସାକୁ ଭାଙ୍ଗିସାରିଛି । ମୁଁ କ୍ୟାପଟେନ୍‌ ଅମରିନ୍ଦର ସିଂହକୁ କେତେ ବର୍ଷରୁ ଜାଣିଛି । ମୁଁ ବୁଝିପାରୁଛି ଏହି ପରିବାର ଭକ୍ତି ପାଇଁ ତାଙ୍କ ଉପରେ କେଉଁ ପ୍ରକାର ଚାପ ପକାଉଥିବ ପଞ୍ଜାବରେ ଯେଉଁପ୍ରକାର ରଣନୀତି ଚାଲୁଛି ତାଙ୍କ ସାମ୍ନାରେ କ୍ୟାପଟେନ୍‌ ସିଂହଙ୍କୁ ମଧ୍ୟ ନଇଁବାକୁ ପଡୁଛି । ରାଷ୍ଟ୍ରଭକ୍ତି ଏବଂ ପରିବାର ଭକ୍ତି ଭିତରେ ଫରକ ରହିଛି। କଂଗ୍ରେସ ଅଧ୍ୟକ୍ଷ ଜାଲିଆନାୱାଲା ବାଗ୍‌ ଗଲେ କିନ୍ତୁ ଭାରତ ସରକାର ଅଧିକୃତ କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତିଙ୍କ ସହ ଯିବାକୁ ସେ ଠିକ୍‌ ମାନି ନଥିଲେ । ଏହା ହେଉଛି ରାଷ୍ଟ୍ରଭକ୍ତି ଏବଂ ପରିବାର ଭକ୍ତି ଭିତରେ ଫରକ ।

publive-image Dainik Bhaskar

ପ୍ରଧାନମନ୍ତ୍ରୀ କହିଥିଲେ, ଗତକାଲି ଉପ-ରାଷ୍ଟ୍ରପତି ମହୋଦୟ ସରକାର ଅଧିକୃତ କାର୍ଯ୍ୟକ୍ରମରେ ଜାଲିଆନାୱାଲା ବାଗରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ସେଠାକୁ ଯାଇଥିଲେ । କିନ୍ତୁ ତାଙ୍କର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ନଥିଲେ । ସେ ଏହି କାର୍ଯ୍ୟକ୍ରମର ବହିଷ୍କାର ଏଥିପାଇଁ କରିଥିଲେ କାରଣ କଂଗ୍ରେସ ପରିବାରର ଭକ୍ତିରେ ସେ ମଗ୍ନ ଥିେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe