ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନ ଚିଟ୍‌, କହିଲେ- ଓ୍ଵାର୍ଦ୍ଧା ରାଲିରେ କରି ନାହାନ୍ତି ଆଦର୍ଶ ଆଚରଣ ବିଧି ଉଲଂଘନ

Advertisment
ଦେଶ ସ୍ୱାଧୀନତା ପରେ ବାମପଂଥୀ-ଦମନପଂଥୀ ରାଜନୈତିକ ସଂସ୍କୃତି ଥିଲା, ଆମେ ବିକାଶପଂଥୀ ଆଣିଛୁ: ‌ମୋଦୀ

Zee News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ ଆୟୋଗ ମଙ୍ଗଳବାର କ୍ଲିନ ଚିଟ୍‌ ଦେଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି, ମହାରାଷ୍ଟ୍ରର ଓ୍ଵାର୍ଦ୍ଧା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ଭାଷଣରେ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲଂଘନ ହୋଇ ନାହିଁ। କଂଗ୍ରେସ ପକ୍ଷରୁ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ଉଲଂଘନ କରିଥିବା ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ଆଣାଯାଇଥିଲା।

ନିର୍ବାଚନ ଆୟୋଗ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଓ୍ଵାର୍ଦ୍ଧାରେ ଦିଆଯାଇଥିବା ଭାଷଣ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲଂଘନ ଅନ୍ତର୍ଗତ ନୁହେଁ, ଯେଉଁଥିରେ ସେ ବାୟନାଡ ଠାରୁ ନିର୍ବାଚନ ଲଢ଼ିବା ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୧ରେ ଦେଇଥିବା ଭାଷଣରେ କହିଥିଲେ ଯେ, ଯେଉଁଠାରେ ଲୋକସଂଖ୍ୟା କମ୍‌ ଅଛନ୍ତି, ରାହୁଲ ଗାନ୍ଧୀ ସେଠାରୁ ନିର୍ବାଚନ ଲଢୁଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା, ଯାହାର କି ଆଜି ରାୟ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe